spot_img

ସ୍କୁଲରେ କରୋନା SOP ଖିଲାପ କରି ୫ ଶିକ୍ଷକଙ୍କ ଦରମା ବନ୍ଦ

କେନ୍ଦୁଝର: ସ୍କୁଲ ଖୋଲିବାର ପ୍ରଥମ ଦିନରେ ୫ଟି ସ୍କୁଲ ଶିକ୍ଷକଙ୍କ ଦରମା ବନ୍ଦ କରାଯାଇଛି। କରୋନା SOP ଖିଲାପ କରିବା ଅଭିଯୋଗରେ DEO କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ୫ଟି ସ୍କୁଲର ସବୁ ଶିକ୍ଷକ ଓ ଅନ୍ୟ ଷ୍ଟାଫଙ୍କ ଜାନୁଆରୀ ମାସର ଦରମା ବନ୍ଦ କରାଯାଇଛି।  ଠିକ୍ ଭାବେ ବିଦ୍ୟାଳୟ ପରିସରକୁ ସଫା ନ କରିବା ।  ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଏସଓପିକୁ ଠିକ୍ ଭାବେ ଲାଗୁ ନ କରିବା । ଶ୍ରେଣୀ ପରିଚାଳନା ପାଇଁ ଉପଯୁକ୍ତ ଯୋଜନା ନ କରିବା ।  ଏସବୁ କାରଣ ଦର୍ଶାଇ ଜିଲ୍ଲା ଶିକ୍ଷାଧିକାରୀ ୫ଟି ହାଇସ୍କୁଲର ସମସ୍ତ କର୍ମଚାରୀଙ୍କ ଜାନୁଆରୀ ମାସର ଦରମା ପରବର୍ତ୍ତୀ ନିର୍ଦ୍ଦେଶନାମା ଯାଏ ସ୍ଥଗିତ ରଖିଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular