spot_img

ଅପରାଜିତା ଦେଲେ ୧୭ ବିଜେପି କର୍ମୀଙ୍କ ହତ୍ୟା ତାଲିକା

କଟକ : ଡିଜି ଅଫିସରେ ବିକ୍ଷୋଭ ସମୟରେ ଭୁବନେଶ୍ବର ସାଂସଦ ଅପରାଜିତ ଷଡ଼ଙ୍ଗୀ ରାଜ୍ୟରେ ବିଜେପିର ୧୭ ଜଣ କର୍ମୀଙ୍କୁ ଗତ ଦୁଇ ବର୍ଷ ଭିତରେ ହତ୍ୟା କରାଯାଇଥିବାର ତାଲିକା ପ୍ରଦାନ କରିଛନ୍ତି। ମାହାଙ୍ଗାର କୁଳମଣି ବରାଳ ଓ ଦିବ୍ୟସିଂହ ବରାଳଙ୍କ ସହିତ ଢେଙ୍କାନାଳ ତରଭାର ସଲମାନ ରାଉତ, ମାଲକାନଗିରି ତମସା ପଂଚାୟତର ସପନ ବାବଲି, ମୟୂରଭଂଜ ଉଦଳାର ଉତ୍ତମ ବିଶ୍ବାଳ, ଗଜପତି କରମଦାର ମୀନତି ଶବର, ଭଦ୍ରକ ବନ୍ତର ସୁରେଶ ରାଉତ, କୋରାପୁଟ ବନ୍ଧଗାଁର କାମେଶ୍ବର ପାଲକା, ବଲାଙ୍ଗୀର ଭୁଣ୍ଡିମୁହଁର ରୋହିତ ପ୍ରଧାନ, ରାୟଗଡା ନାରାୟଣପାଟଣାର ଅଭିଳାଶ ବାଗ, ଗଂଜାମ ବୁଗୁଡା, ହିଞ୍ଜିଳି ଓ ମର୍ଦ୍ଧକୋଟର ଶିଶିର ନାୟକ, ବୁଲୁ ପ୍ରଧାନ, ପୀତାମ୍ବର ସ୍ବାଇଁ, କେନ୍ଦ୍ରାପଡା ପାଟକୁରା ଓ କଁସରର ବଳରାମ ଜେନା ଓ ମମତାରାଣୀ ସାମଲ, ଖୋର୍ଦ୍ଧା ଜଙ୍କିଆର ଚିତ୍ରସେନ ଜେନା ଓ ମଙ୍ଗୁଳି ଜେନାଙ୍କୁ ଗଲା ଦୁଇ ବର୍ଷ ଭିତରେ ହତ୍ୟା କରାଯାଇଥିବା ସାଂସଦ ଶ୍ରୀମତୀ ଷଡଙ୍ଗୀ ଏକ ତାଲିକା ଦେଇଛନ୍ତି। ରାଜ୍ୟରେ ଅପରାଧ ହାର ବୃଦ୍ଧି ପାଉଥିବାବେଳେ ଦୋଷୀ ସାବ୍ୟସ୍ତ ହାର ହ୍ରାସ ପାଉଛି। ପୁଲିସର ଦୁର୍ବଳ ତଦନ୍ତ ଯୋଗୁଁ ଅପରାଧୀ ଜାମିନ ପାଇଯାଉଛି। ରାଜ୍ୟ ନାରୀ ନିର୍ୟାତନା କ୍ଷେତ୍ରରେ ଦେଶରେ ଦ୍ବିତୀୟ ସ୍ଥାନରେ ପହଞ୍ଚିଲାଣି। ଏନସିଆରବି ରିପୋର୍ଟ ଅନୁଯାୟୀ ୨୦୧୯ରେ ରାଜ୍ୟରେ ଦୋଷୀ ସାବ୍ୟସ୍ତ ହାର ମାତ୍ର ୫.୭ ପ୍ରତିଶତ। ସାଇବର ଅପରାଧ ଓ ଶିଶୁ ଅଶ୍ଳୀଳ ଭିଡିଓ ଘଟଣା ରାଜ୍ୟରେ ଉଦବେଗଜନକ ଭାବେ ବଢି ଚାଲିଛି। ପୁଲିସ ନିଷ୍କ୍ରିୟତାରୁ ଏଭଳି ଅପରାଧ ବଢି ଚାଲିଛି। ରାଜ୍ୟରେ ଘଟୁଥିବା ରାଜନୈତିକ ହତ୍ୟକାଣ୍ଡ ନିୟନ୍ତ୍ରଣ ଦିଗରେ ସରକାର ପଦକ୍ଷେପ ନ ନେଲେ ଏଠି ପଶ୍ଚିମବଙ୍ଗ ଭଳି ସ୍ଥିତି ସୃଷ୍ଟି ହେବ। ତେଣୁ ଏହି ୧୭ଟି ହତ୍ୟାକାଣ୍ଡରେ ନିଆଯାଇଥିବା ପଦକ୍ଷେପ ସଂପର୍କିତ ତଥ୍ୟ ପ୍ରଦାନ କରିବାକୁ ଅନୁରୋଧ କରି ଶ୍ରୀମତୀ ଷଡ଼ଙ୍ଗୀ ଡିଜିଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି।

LEAVE A REPLY

Please enter your comment!
Please enter your name here

- Advertisment -

Most Popular