ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଲୁଗାଁ ସରକାରୀ ଡାକ୍ତରଖାନାରେ ଶୁକ୍ରବାର ପୂର୍ବାହ୍ନରେ ରୋଗୀ କଲ୍ୟାଣ ସମିତିର ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକର ପୂର୍ବରୁ ବିଧାୟକ ଡାକ୍ତରଖାନାର ପରିସରରେ ଏକ ଗଣେଶଙ୍କ ମୂର୍ତ୍ତିର ଉନ୍ମୋଚନ କରିଥିଲେ । ବୈଠକରେ ଆରତୀ ଦାସ ରୋଗୀ କଲ୍ୟାଣ ସମିତିର ବିଭିନ୍ନ କାର୍ୟ୍ୟ ଓ ଖର୍ଚ୍ଚକୁ ଉପସ୍ଥାପନ କରିଥିଲେ। ବାଲୁଗାଁ ସରକାରୀ ଡାକ୍ତରଖାନାର ସମସ୍ୟା ଓ ଉର୍ଣ୍ଣତୀକରଣ ପାଇଁ ଡାକ୍ତରଖାନାର ଅଧିକାରୀ ଡା ସୌମ୍ୟକାନ୍ତ ଦାସ ପଟନାୟକ ବିଧାୟକଙ୍କୁ ଜଣେଇଥିଲେ । ଆଗାମୀ ଦିନରେ ବାଲୁଗାଁ ସରକାରୀ ଡାକ୍ତରଖାନାର ଉର୍ଣ୍ଣତୀକରଣ ଓ ରୋଗୀ କଲ୍ୟାଣ ସମିତିର ସୁପରିଚାଳନା ପାଈଁ ବିଧାୟକ ପ୍ରତିଶ୍ରୁତି ଦେଇଥିଲେ । ଏହି ବୈଠକରେ ଯୋଗ ଦେଇଥିଲେ ଚିଲିକା ବିଧାୟକ ଓ ଖୋର୍ଦ୍ଧା ଜିଲ୍ଲା ଯୋଜନା ବୋର୍ଡ ର ଅଧ୍ୟକ୍ଷ ପ୍ରଶାନ୍ତ କୁମାର ଜଗଦ୍ଦେବ, ବାଲୁଗାଁ ଏନ ଏ ସି ର କାର୍ୟ୍ୟନିର୍ବାହୀ ଅଧିକାରୀ ଆକୃତୀ ଗୋଏଙ୍କା,ବାଲୁଗାଁ ସରକାରୀ ଡାକ୍ତରଖାନାର ଅଧିକାରୀ ଡା ସୌମ୍ୟକାନ୍ତ ଦାସପଟନାୟକ,ବିପିଏମ ଆରତୀ ଦାସ, ଚିଲିକା ବ୍ଲକ ଉପାଧ୍ୟକ୍ଷ ଉତ୍ପଲ ପାଇକରାୟ, ରୋଗୀ କଲ୍ୟାଣ ସମିତିର ସଦସ୍ୟ ଓ କିଛି ସ୍ଥାନୀୟ ବୁଦ୍ଧିଜୀବୀ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0