ଫୁଲବାଣୀ: ଗତ ରାତିରେ କନ୍ଧମାଳ ଜିଲ୍ଲାର କେତେକ ସ୍ଥାନର ଭୂମିକମ୍ପ ଅନୁଭୂତ ହୋଇଛି । କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡ଼ି, ରାଇକିଆ ସହ ଗଜପତି ଜିଲ୍ଲା ମୋହନା ଅଞ୍ଚଳରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଥିବା ଜଣାପଡ଼ିଛି । ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ଓ ସୋରଡ଼ା ସହରରେ ଭୂମିକମ୍ପ ଅନୁଭୁତ ହୋଇଛି । ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୩.୨ ଥିବା ଜଣାପଡ଼ିଛି । ଭୂମିକମ୍ପ ଅନୁଭୂତ ପରେ ଭୟରେ ଲୋକେ ଛାନିଆ ହୋଇ ପଦାକୁ ପଳାଇ ଆସିଥିଲେ । ମୃଦୁ ଭୂମିକମ୍ପ ଝଟକା ପ୍ରାୟ ୫ରୁ ୬ ସେକେଣ୍ଡ ପାଇଁ ହୋଇଥିବା ସୂଚନା ମିଳିଛି । କନ୍ଧମାଳ ଜିଲ୍ଲାରେ ରାତି ୯ଟା ୫୦ ସମୟରେ ଭୂମିକମ୍ପ ଅନୁଭୂତ ହୋଇଥିବା ବେଳେ କୌଣସି କ୍ଷୟକ୍ଷତି ଘଟିନଥିବା ଜିଲ୍ଲା ଜରୁରୀକାଳୀନ ଅଧିକାରୀ ସୂଚନା ଦେଇଛନ୍ତି ।



Visitors Today : 2
Total Visitors : 130171
Total Views : 9891617
Visitors Online Now : 0