ଯାଜପୁର: ରାଜ୍ୟରେ ବିଭିନ୍ନ ସ୍ଥାନରେ ନକଲି ସାମଗ୍ରୀର କରାଖାନା ଉପରେ ଚଢ଼ାଉ ଜାରି ରହିଛି। ଏହି କ୍ରମରେ ଯାଜପୁର ଜିଲ୍ଲାରେ ମଧ୍ୟ ନକଲି କାରବାର ଚାଲୁ ରହିଥିବା ବେଳେ ଏହା ଉପରେ ପ୍ରଶାସନ ପକ୍ଷରୁ ଚଢ଼ାଉ କରା ଯାଇଛି। ବଡ଼ଚଣା ଥାନା ଅଧୀନ କୁନ୍ଦଳଠାରେ ନକଲି ସସ କରଖାନା ଉପରେ ଚଢ଼ାଉ କରିଛି ବଡ଼ଚଣା ପୋଲିସ ଓ ଦର୍ପଣ ତହସିଲ ପ୍ରଶାସନ। ଦୀର୍ଘ ଦିନ ଧରି ଏଠାରେ ସସ କାରଖାନା ଚାଲୁ ରହିଥିଲା। ଏଠାରୁ ବିଭିନ୍ନ ସସ ସାମଗ୍ରୀ ବିଭିନ୍ନ ଅଂଚଳକୁ ବିକ୍ରି କରାଯାଉଥିବା ବେଳେ ଏଠାରେ ଅପମିଶ୍ରଣ କରାଯାଉଥିବା ଅଭିଯୋଗ ହୋଇଥିଲା। ଗତକାଲି ରାତିରେ ବଡ଼ଚଣା ପୋଲିସ ଓ ଦର୍ପଣ ତହସିଲ ପ୍ରଶାସନ ପକ୍ଷରୁ ଚଢ଼ାଉ କରାଯାଇ ସମ୍ପୃକ୍ତ ସସ କାରଖାନାକୁ ସିଲ କରାଯାଇଛି। ଏହି ସସର ସାମ୍ପୁଲ ପରୀକ୍ଷା ପାଇଁ ପଠା ଯାଇଥିବା ବେଳେ ରିପୋର୍ଟ ଆସିବା ପରେ ଯାହା କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି ବଡ଼ଚଣା ପୋଲିସ କହିଛି। ଏ ନେଇ କାରଖାନା ମାଲିକଙ୍କୁ ନୋଟିସ ଦେଇ ପୋଲିସ ଛାଡି ଥିବା ସୂଚନା ମିଳିଛି।



Visitors Today : 1
Total Visitors : 130423
Total Views : 9891953
Visitors Online Now : 0