ବାଲିଅନ୍ତା:ଦୁର୍ଘଟଣାକୁ ନେଇ ରାସ୍ତା ରୋକ । ଘଟଣା ଘଟିଛି ବାଲିଅନ୍ତା ଥାନା ଅନ୍ତର୍ଗତ ଜୟଦେବ ପଞ୍ଚାୟତ ଫିରିଫିରା ଗ୍ରାମ ନିକଟରେ । ଏକ ବାଲି ବୋଝେଇ ହାଇୱା ଅଡଶପୁରରୁ ଆସୁଥିବା ବେଳେ ବିପରୀତ ଦିଗରୁ ଆସୁଥିବା ଏକ ବାଇକକୁ ଧକ୍କା ଦେଇଥିଲା । ଫଳରେ ବାଇକ ଆରୋହି ଗୁରତର ହୋଇଥିଲେ । ଦୁର୍ଘଟଣାରେ ତାଙ୍କର ଡାହାଣ ଗୋଡ ସମ୍ପୂର୍ଣ୍ଣ ଚୂନା ହୋଇଯାଇଥିବା ସୂଚନା ମିଳିଛି । ଆହତ ଜଣକ ଭାକରପୁର ପଞ୍ଚାୟତ ପବୋଇଝାରୀ ଗ୍ରାମର ଅରୁଣ ଜେନା । ଅରୁଣଙ୍କୁ ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଘଟଣାରେ ଉତକ୍ଷିପ୍ତ ହୋଇ ସ୍ଥାନୀୟ ଲୋକ କ୍ଷତିପୂରଣ ଦାବୀରେ ଦୀର୍ଘ ସମୟ ଧରି ରାସ୍ତା ଅବରୋଧ କରିଥିଲେ । ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲା । ପରେ ରାସ୍ତା ଅବରୋଧ ହଟିଥିଲା ।



Visitors Today : 4
Total Visitors : 130173
Total Views : 9891620
Visitors Online Now : 0