କରଞ୍ଜିଆ : ଶିମିଳିପାଳ ଜାତୀୟ ଅଭୟାରଣ୍ୟରେ ମହାବଳ ବାଘ ଦେଖିଲେ ପର୍ଯ୍ୟଟକ । ଯେଉଁ ଭିଡିଓ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି । ଶିମିଳିପାଳ ଭିତରେ ଥିବା ବରେହିପାଣିରୁ ଚହଲାକୁ ଆସିବା ରାସ୍ତାରେ ମାଟିଘାଟି ଠାରେ ଏହି ମହାବଳ ବାଘକୁ ଦେଖିବାକୁ ମିଳିଛି । କିନ୍ତୁ ଭିଡିଓଟି କେବେକାର ଆଉ କିଏ ଏହି ଭିଡିଓ ଉଠେଇଛନ୍ତି ଏନେଇ କୌଣସି ତଥ୍ଯ ଜଣାପଡିନାହିଁ । ତେବେ ଯାହା ଶୁଣିବାକୁ ମିଳୁଛି, ଏହା ହେଉଛି ଶିମିଳିପାଳ ଅଞ୍ଚଳର ବୋଲି। ଏନେଇ ବନ ବିଭାଗ ପକ୍ଷରୁ କୌଣସି ପ୍ରତିକ୍ରିୟା ଏ ପର୍ଯ୍ୟନ୍ତ ମିଳିପାରିନାହିଁ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0