spot_img

ଚଳିତବର୍ଷ ହୀରାକୁଦକୁ ଆସିଛନ୍ତି ୯୮ପ୍ରଜାତିର ପକ୍ଷୀ

ସମ୍ବଲପୁର:  ଚଳିତବର୍ଷ ଶୀତ ଋତୁରେ ହୀରାକୁଦ ଜଳଭଣ୍ଡାରକୁ ଆସିଛନ୍ତି ୯୮ ପ୍ରଜାତିର ପକ୍ଷୀ । ମୋଟ ୧ ଲକ୍ଷ ୨୪ ହଜାର ୮୬୪ ପକ୍ଷୀ ଆସିଥିବା ଜଣାପଡିଛି । ଏଥିରେ ୪୧ ପ୍ରଜାତିର ବିଦେଶୀ ପକ୍ଷୀ ଅଛନ୍ତି । ଗତବର୍ଷ ତୁଳନାରେ ଏଥର ୨୫ ହଜାର ଅଧିକ ପକ୍ଷୀ ଆସିଛନ୍ତି । ଏ ନେଇ ହୀରାକୁଦ ବନ୍ୟପ୍ରାଣୀ ଡିଭିଜନ ଡିଏଫ୍‌ଓ ସୂଚନା ଦେଇଛନ୍ତି । ବିଦେଶୀ ପକ୍ଷୀଙ୍କ ମଧ୍ୟରେ କମନ କୁଟ୍‌, ଳେଜର ହ୍ଵିସିଲିଂ ଡକ୍‌, ଗ୍ରେଟ୍‌ କଧଡ ଗ୍ରୀବସ୍‌, ରେଡ୍‌ ହେଡେଡ୍‌ ପୋଚାର୍ଡ ପ୍ରଜାତିର ପକ୍ଷୀ ଅଧିକ ଅଛନ୍ତି । ଏହି ପକ୍ଷୀମାନେ ସାଇବେରିଆ, ହିମାଳୟ, କାସ୍ପିଆନସାଗର, ମଙ୍ଗୋଲିଆ, ଆଫଗାନିସ୍ତାନ ଓ ଇରାକରୁ ନଭେମ୍ବର ମାସରୁ ଆସିଛନ୍ତି । ମାର୍ଚ୍ଚ ମାସରେ ପୁଣି ଫେରିଯାଆନ୍ତି ।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular