ଆଠଗଡ଼ : ଖୁଣ୍ଟୁଣୀ ଥାନା ଅନ୍ତର୍ଗତ ଡାଳଭାଗ ଗାଁରେ ପୁଲିସ୍ ଉପରକୁ ବୋମାମାଡ଼। ଜଣେ କନଷ୍ଟେବଲ ଆହତ। । ଏହି ଗାଁରେ ଏକ ସିମେଣ୍ଟ କାରଖାନାକୁ ବିଦ୍ୟୁତ୍ ସଂଯୋଗ ନେଇ ଉତ୍ତେଜନା ଦେଖା ଦେଇଥିଲା। ଟାୱାର ଲାଇନ୍ ଟଣା ହେଉଥିବା ବେଳେ ଚାଷୀମାନେ କ୍ଷତିପୂରଣ ମାଗିଥିଲେ। ଯେଉଁମାନଙ୍କ ଜମି ଉପର ଦେଇ ଲାଇନ୍ ତା’ର ଯାଉଥିଲା, ସେମାନେ କ୍ଷତିପୂରଣ ମାଗିଥିଲେ। ତେବେ କ୍ଷତିପୂରଣ ନଦେଇ ତାର ଟଣା ଯାଉଥିବା ଯୋଗୁ ଚାପା ଉତ୍ତେଜନା ଦେଖା ଦେଇଥିଲା। ଆଉ ଆଜି ପୁଲିସ୍ ଉପସ୍ଥିତିରେ ତାର ଟଣା ଯାଉଥିବା ବେଳେ ହୋଇଥିଲା ବୋମାମାଡ଼। ବୋମାମାଡ଼ କରି ଦୁର୍ବୃତ୍ତ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ ବୋଲି ସୂଚନା ମିଳିଛି। ଏହି ଘଟଣା ପରେ ସେଠାରେ ୨ ପ୍ଲାଟୁନ୍ ପୁଲିସ୍ ପହଞ୍ଚିଛନ୍ତି। ସେମାନଙ୍କ ସହ ଚୌଦ୍ୱାର ଏସ୍ଡିପିଓ, ୨ ଜଣ ଆଇଆଇସି ଉପସ୍ଥିତ ଅଛନ୍ତି।



Visitors Today : 4
Total Visitors : 130422
Total Views : 9891952
Visitors Online Now : 0