spot_img

ପରିବା ବୋଝେଇ ଭ୍ୟାନ୍‌ରେ ଗଞ୍ଜେଇ ଚାଲାଣ 

ରାୟଗଡାବାଲେଶ୍ବର  ଗଞ୍ଜେଇ ଚାଲାଣ ବେଳେ ରାୟଗଡା ଟାଉନ ଥାନା ପୋଲିସ ଦ୍ବାରା ଗଞ୍ଜେଇ ଜବତ ହୋଇଛି । ଏକ ପରିବା ବୋଝେଇ ଭ୍ୟାନରେ ଚାଲାଣ ବେଳେ ୨୭୧ କେଜି ଗଞ୍ଜେଇ ପୋଲିସ ଜବତ କରିଛି । ଏହି ଘଟଣାରେ ଭ୍ୟାନ୍ ଡ୍ରାଇଭର ଅମରେନ୍ଦ୍ର ଦାଶକୁ ଗିରଫ କରାଯାଇଛି । ଗିରଫ ଅମରେନ୍ଦ୍ରର ଘର ବାଲେଶ୍ବର ସହରରେ ବୋଲି ଜଣାପଡିଛି ।

ସୂଚନାଯୋଗ୍ୟ ଯେ, ଶୁକ୍ରବାର ବିଳମ୍ବିତ ରାତିରେ ଏକ ପରିବା ବୋଝେଇ ଭ୍ୟାନରେ ପ୍ରାୟ ୧୦ ବସ୍ତା ଗଞ୍ଜେଇ ପ୍ୟାକିଂ କରି ଚାଲାଣ ହେଉଥିଲା । ଏହି ସମୟରେ ପୋଲିସ ପେଟ୍ରୋଲିଂ ଟିମ୍ ସହରର ସିରିଗୁଡା ଠାରେ ଭ୍ୟାନ୍ ଅଟକାଇ ଯାଞ୍ଚ କରିଥିଲେ । ଯାଞ୍ଚ ସମୟରେ ଗଞ୍ଜେଇ ରହିଥିବା ଜଣାପଡିଥିଲା । ତୁରନ୍ତ ଉକ୍ତ ଭ୍ୟାନ ଜବତ କରି ଥାନାକୁ ଆଣି ତନାଘନା କରାଯାଇଥିଲା । ସେହି ସମୟରେ ଗଞ୍ଜେଇ ଭର୍ତ୍ତି ହୋଇଥିବା ନଜରକୁ ଆସିଥିଲା । ଏହାପରେ ଶନିବାର ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଓଜନ କରାଯାଇଥିଲା । ଓଜନ ପରେ ସେଥିରେ ୨୭୧ କେଜି ଗଞ୍ଜେଇ ରହିଥିବା ପୋଲିସ ସୂଚନା ଦେଇଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular