ଓ୍ଵାସିଂଟନ: ତୁରନ୍ତ ଇସ୍ତଫା ନ ଦେଲେ ‘କ୍ୟାପିଟଲ’ରେ ଗଣ୍ଡଗୋଳ କରିବାକୁ ଉତ୍ତ୍ୟକ୍ତ ଜନତାଙ୍କୁ ମତାଇଥିବା କାରଣରୁ ଟ୍ରମ୍ପଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆଗତ କରାଯିବ ବୋଲି ଯୁକ୍ତରାଷ୍ଟ୍ର ଆମେରିକାର ‘ହାଉସ ଅଫ ରିପ୍ରେଜେନଟେଟିଭସ’ର ବାଚସ୍ପତି ନେନସି ପିଲୋସି କହିଛନ୍ତି। ନଭେମ୍ବର ୩ ତାରିଖରେ ନିର୍ବାଚନରେ ଟ୍ରମ୍ପ ହାରିବା ପରେ ତାଙ୍କ ସ୍ଥାନରେ ଜାନୁଆରି ୨୦ ତାରିଖ ଦିନ ଜୋ ବାଇଡେନ୍ ଆମେରିକାର ନୂଆ ରାଷ୍ଟ୍ରପତି ହେବେ। କିନ୍ତୁ, ନେନସି ପିଲୋସି ଏବଂ ଡେମୋକ୍ରାଟମାନେ କହୁଛନ୍ତି କି, ‘କ୍ୟାପିଟଲ’ ବିଲଡିଙ୍ଗ ଆକ୍ରମଣ ଘଟଣା ଯୋଗୁଁ ଟ୍ରମ୍ପଙ୍କୁ ଅବିଳମ୍ବେ ରାଷ୍ଟ୍ରପତି ପଦରୁ ବହିଷ୍କାର କରାଯିବା ଉଚିତ। ଶୁକ୍ରବାର ଦିନ ଏକ ବିବୃତିରେ ନେନସି ପିଲୋସି କହିଛନ୍ତି, ରାଷ୍ଟ୍ରପତି ତୁରନ୍ତ ଇସ୍ତଫା ଦେବେ ବୋଲି ସଦସ୍ୟମାନଙ୍କର ଆଶା। କିନ୍ତୁ, ଯଦି ସେ ଇସ୍ତଫା ନ ଦିଅନ୍ତି, ତାହେଲେ କଂଗ୍ରେସ ସଦସ୍ୟ ଜେମି ରାସକିନସଙ୍କ ୨୫ତମ ସମ୍ବିଧାନ ସଂଶୋଧନ ଅନୁସାରେ ବିହିତ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରସ୍ତୁତି କରିବା ସହ ମହାଭିଯୋଗ ପ୍ରସ୍ତାବ ଆଗତ କରିବା ଲାଗି ମୁଁ ‘ରୁଲସ କମିଟି’କୁ ନିର୍ଦେଶ ଦେଇଛି।



Visitors Today : 0
Total Visitors : 130422
Total Views : 9891952
Visitors Online Now : 0