spot_img

କେନ୍ଦୁଝର ମାଟୁଆ ଅଫିସ ନିକଟରୁ ବ୍ୟକ୍ତିଙ୍କ ମର ଶରୀର ଉଦ୍ଧାର

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ଜୋଡ଼ା ଥାନା ଅନ୍ତର୍ଗତ ବାଉଁଶ ପାଣି ମାଟୁଆ ଅଫିସ ନିକଟ ରୁ ଜଣେ ବ୍ୟକ୍ତି ଙ୍କ ମର ଶରୀର ଉଦ୍ଧାର କରାଯାଇଛି । ମୃତ ପଡିଥିବାର ଦେଖି ସ୍ଥାନୀୟ ଲୋକ ଯୋଡା ପୋଲିସ କୁ ଖବର ଦେଇଥିଲେ । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଛି । ଏହାସହ ପାଖରେ ପଡିଥିବା ଏକ ରକ୍ତ ମିଶା କଟୁରୀ ଜବତ କରିଛି । ମୃତ ଦେହ ଟି ଵିଶାଲ କୁଜୁର ନାମକ ଲୋକ ର ହୋଇଥିବା ବେଳେ ଲୋକ ଜଣକ ଝାଡ଼ଖଣ୍ଡ ଅଂଚଳ ର ବୋଲି ଜଣା ପଡ଼ିଛି । ପୋଲିସ ର ପ୍ରାଥମିକ ତଦନ୍ତ ରୁ ଏହା ଏକ ହତ୍ୟା ମାମଲା ବୋଲି ଜଣା ପଡ଼ିଛି । ଵିଶାଲ କୁଜୁର ବାଉଁଶ ପାଣି ଗ୍ରାମ ରେ ରହି ଏକ ମାସ ହେବ କାମ କରୁଥିବାର ଜଣା ପଡ଼ିଛି । ଵିଶାଲ କୁଜୁର ର ମୁଣ୍ଡ ରେ ଏକ କଟା ଦାଗ ସହ ରକ୍ତ ଲାଗିଥିବାର ଦେଖିବାକୁ ମିଳିଛି । ଘଟଣା ସ୍ଥଳ ରୁ ପୋଲିସ ଏକ କଟୁରି ମଧ୍ୟ ଜବତ କରିଛି। ଯୋଡ଼ା ପୋଲିସ ଘଟଣା ର ତଦନ୍ତ ଜାରି ରଖି ଥିବା ବେଳେ ଘଟଣା କାହିଁକି ହେଲା ? ଘଟଣା ର କିଏ ସମ୍ପୃକ୍ତ ? ଜଣା ପଡି ନାହିଁ । ପୋଲିସ ସ୍ଥାନୀୟ ଅଂଚକ ର କିଛି ଲୋକ ଙ୍କୁ ନେଇ ଘଟଣା ସମ୍ପର୍କ ରେ ସୂଚନା ସଂଗ୍ରହ କରୁଥିବା ର ଜଣାପଡ଼ିଛି । ଘଟଣା ର ପରିପାର୍ଶିକ ଅବସ୍ଥା ରୁ ଏହା ଏକ ହତ୍ୟା ମାମଲା ଅନୁମାନ କରାଯାଉଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular