ଚିତ୍ରକୋଣ୍ଡା: ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ଗୋରାସେତୁ ନିକଟରେ ଥିବା ହାଣ୍ଡିଖାଲ ଜଙ୍ଗଲରୁ ‘ବିଏସଏଫ’ ଯବାନମାନେ ୫ କିଲୋ ଓଜନର ଅଫୁଟା ଲ୍ୟାଣ୍ଡମାଇନ ଏବଂ ମାଓବାଦୀମାନେ ବ୍ୟବହାର କରୁଥିବା ଅନ୍ୟାନ୍ୟ ସାମଗ୍ରୀ ଉଦ୍ଧାର କରିଛନ୍ତି। ଉଦ୍ଧାର ସାମଗ୍ରୀଗୁଡ଼ିକ ହେଉଛି ମାଓବାଦୀଙ୍କ ପୋଷାକପତ୍ର, ପଲିଥିନ, ମଲ୍ଟିମିଟର, ଓ୍ଵାକିଟକି ଇତ୍ୟାଦି। ବିଶ୍ୱସ୍ତସୂତ୍ରରୁ ସୂଚନା ପାଇ ସ୍ଥାନୀୟ ‘ବିଏସଏଫ’ ତରଫରୁ ପଣସଫୁଟ ପଞ୍ଚାୟତ ଓ ଗୋରାସେତୁ ନିକଟରେ ଥିବା ହାଣ୍ଡିଖାଲ ଜଙ୍ଗଲରେ ତଲାସ ଅଭିଯାନ ଆରମ୍ଭ ହୋଇଥିଲା। ଜଙ୍ଗଲରେ ଡ୍ରମ ଭିତରେ ରଖି ପୋତାଯାଇଥିବା ୫ କିଲୋ ଓଜନର ଲ୍ୟାଣ୍ଡମାଇନ ସମେତ ଉପରୋକ୍ତ ସାମଗ୍ରୀ ସବୁକୁ ତଲାସକାରୀ ଯବାନମାନେ ଉଦ୍ଧାର କରିଥିଲେ।କିଛି ଗୋଟାଏ ବଡ଼ ଧରଣର ଅଘଟଣ ଘଟାଇବାକୁ ମାଓବାଦୀମାନେ ଉପରୋକ୍ତ ସାମଗ୍ରୀଗୁଡ଼ିକୁ ଜଙ୍ଗଲରେ ଲୁଚାଇ ରଖିଥିବା ଅନୁମାନ କରାଯାଉଛି।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0