ବାଲେଶ୍ଵର : ବାଲେଶ୍ଵର ଜିଲ୍ଲା କୁଳଡିହା ବନ ବିଭାଗ ଅଧିନ ଜୁଣିଆ ଗାଁରେ ହାତୀପଲଙ୍କ ଦୌରାତ୍ମ୍ୟ ଦେଖିବାକୁ ମିଳିଛି । ହାତୀପଲ ଧାନ ଖାଇବାକୁ ଆସିବା ସହ ଜଣଙ୍କୁ ଆକ୍ରମଣ କରିଛନ୍ତି । ହାତୀପଲ ଗାଁରେ ଶୁଖାଯାଇଥିବା ଧାନ ଖାଇବା ଲକ୍ଷ୍ୟରେ ଆସିଥିଲେ । ସେମାନେ ଧାନ ଖାଇ ଘର ଭାଙ୍ଗି ଦେଇଛନ୍ତି । ଏହାସହ ଦନ୍ତାହାତୀ ଜଣଙ୍କୁ ଆକ୍ରମଣ ମଧ୍ୟ କରିଛନ୍ତି।ଆକ୍ରମଣରେ ଜଣେ ଗୁରୁତର ହୋଇଥିବା ଜଣାପଡିଛି । ଗୁରୁତର ଜଣଙ୍କ ହେଲେ ନାଗେନ୍ଦ୍ର ଦଳେଇ । ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି।ତାଙ୍କ ସ୍ତ୍ରୀ ମଧ୍ୟ ସାମାନ୍ୟ ଆହତ ହୋଇଥିବା ସୂଚନା ମିଳିଛି ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0