କଟକ: କଟକ ଗୋପାଳପୁର ଅଞ୍ଚଳରେ ଏକ ବାଲିଘାଟରେ କମିସନରେଟ ପୁଲିସର ପକ୍ଷରୁ ଚଢ଼ାଉ ହୋଇଛି। ଚଢ଼ାଉ ସମୟରେ ୭ଟି ଟ୍ରାକ୍ଟର ଜବତ କରାଯାଇଥିବାବେଳେ ୧୧ ଜଣଙ୍କୁ ଅଟକ ରଖିଛି ପୁଲିସ। ଉକ୍ତ ଅଟକ ବ୍ୟକ୍ତିଙ୍କ ମଧ୍ୟରେ ଗାଡ଼ିମାଲିକ, ଗାଡି ଚାଳକ ଓ ଘାଟ ଚଳାଉଥିବା କିଛି ବ୍ୟକ୍ତି ରହିଛି। ଏହି ଘାଟରେ ବାଲି ଚାଲାଣ ସମୟରେ ବ୍ୟାପକ ଅନିୟମିତତା ହୋଇଆସୁଥିବା ନେଇ ପୁର୍ବରୁ ଅଭିଯୋଗ ଆସିଥିବାବେଳେ ଆଜି କମିସନରେଟ ପୁଲିସ ପକ୍ଷରୁ ଚଢ଼ାଉ କରାଯାଇଛି। କଟକ ସଦର ପୁଲିସର ଏକ ସ୍ବତନ୍ତ୍ର ଟିମ ଏହି ବାଲିଘାଟ ଉପରେ ଚଢ଼ାଉ କରି ଅନିୟମିତତାର ପ୍ରମାଣ ପାଇଥିବା ନେଇ ସୂଚନା ମିଳିଛି।



Visitors Today : 0
Total Visitors : 130422
Total Views : 9891952
Visitors Online Now : 0