ଭୁବନେଶ୍ୱର: ଇଣ୍ଡୋନେସିଆରୁ ଉଡ଼ାଣ ପରେ ଯାତ୍ରୀବାହୀ ବିମାନ ଧ୍ବଂସ । ଧ୍ୱଂସ ହୋଇଥିବା ବିମାନର ମିଳିଛି ଭଗ୍ନାବଶେଷ । ଦୁର୍ଘଟଣା ନେଇ ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୃତକଙ୍କ ପରିବାରଙ୍କୁ ସମବେଦନା ଜଣାଇଲେ ମୁଖ୍ୟମନ୍ତ୍ରୀ । ତେବେ ଦୁର୍ଘଟଣାଗ୍ରସ୍ତ ବିମାନର ଭଗ୍ନାବଶେଷ ସମୁଦ୍ରରୁ ମିଳିଛି । ପ୍ରଥମେ ବିମାନ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା । ମୋଟ୍ ୬୨ ଜଣଙ୍କୁ ନେଇ ଜାକର୍ତ୍ତାରୁ ଉଡ଼ିଥିଲା ବିମାନ । ଜାକର୍ତ୍ତାରୁ କାଲିମନ୍ତାନ ଯାଉଥିଲା । ଏହି ବିମାନରେ ଥିବା ଯାତ୍ରୀଙ୍କ ମଧ୍ୟରେ ୬ଜଣ ଶିଶୁ ଥିଲେ । ଜାକର୍ତ୍ତାରୁ ଉଡ଼ାଣ ଆରମ୍ଭ କରିଥିଲା ଇଣ୍ଡୋନେସିଆର ବୋଇଂ ୭୩୭-୫୦୦ । ପ୍ରାୟ ୧୦ ହଜାର ଫୁଟ ଉପରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା । ଉଡ଼ାଣର ମାତ୍ର ୫ ମିନିଟ୍ ଭିତରେ ଯୋଗାଯୋଗ ବିଚ୍ଛିନ୍ନ ହେବା ସହ ଚୂରମାର ହୋଇଯାଇଛି ବିମାନ । ଇଣ୍ଡୋନେସିଆର ଏହି ବିମାନକୁ ସବୁଠୁ ଭଲ ବିମାନ ତାଲିକାରେ ରଖାଯାଇଥିଲା । ବିମାନର ଦୁର୍ଘଟଣା ହେବାର ଆଶଙ୍କା ବହୁତ କମ୍ ଥିଲା ବୋଲି ଇଣ୍ଡୋନେସିଆ ସରକାର କହିଛନ୍ତି । ଗତ ୨୬ ବର୍ଷ ହେଲା ଶ୍ରୀବିଜୟା ଏୟାର ଇଣ୍ଡୋନେସିଆରେ ସେବା ଯୋଗାଇ ଆସୁଛି ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0