ନୂଆଦିଲ୍ଲୀ: ଆଇପିଏଲର ୧୪ତମ ସଂସ୍କରଣ ପାଇଁ ଆସନ୍ତା ଫେବୃଆରୀରେ ଖେଳାଳିଙ୍କ ନିଲାମ ପ୍ରକ୍ରି୍ରୟା ଆରମ୍ଭ ହୋଇଯାଇଛି । ଏନେଇ କୌଣସି ତାରିଖ ଧାର୍ଯ୍ୟ କରାଯାଇ ନାହିଁ ବୋଲି ଆଇପିଏଲ ଚେୟାରମ୍ୟାନ ବ୍ରିଜେଶ ପଟେଲ କହିଛନ୍ତି । ତେବେ ଆଇପିଏଲ ୨୦୨୦ରେ ପୀୟୁଷ ଚାୱଲା ସିଏସକେ ପାଇଁ ସେତେ ଭଲ ପ୍ରଦର୍ଶନ କରିପାରି ନ ଥିଲେ।ସିଏସକେ ଚାୱଲାଙ୍କୁ ୬.୭୫ କୋଟିରେ କିଣି ଥିଲା। ଆଇପିଏଲ ୨୦୨୦ରେ ସେ ୭ଟି ମ୍ୟାଚରେ କେବଳ ୬ଟି ୱିକେଟ୍ ହାସଲ କରିଥିଲେ।

ସିଏସକେ କେଦାର ଯାଦବଙ୍କୁ ୭.୮୦ କୋଟି ଟଙ୍କାରେ କିଣିଥିଲା। କିନ୍ତୁ ଗତ ସିଜନରେ ସେ ଭଲ ପ୍ରଦର୍ଶନ କରିପାରି ନ ଥିଲେ। ଯାଦବ ମୋଟ ୮ଟି ମ୍ୟାଚ ଖେଳିଥିଲେ। ଏସବୁ ମ୍ୟାଚରେ ୨୦.୬୬ ହାରରେ ୯୩.୯୩ ଷ୍ଟ୍ରାଇକ୍ ରେଟ୍ରେ ମାତ୍ର ୬୨ ରନ୍ ସଂଗ୍ରହ କରିଥିଲେ।

ଚେନ୍ନାଇ ଟିମ୍ ଯେଉଁ ୩ୟ ଖେଳାଳିଙ୍କୁ ବାଦ୍ ଦେବାର ସମ୍ଭାବନା ରହିଛି ସେ ହେଉଛନ୍ତି ଦକ୍ଷିଣ ଆଫ୍ରିକାର ଖେଳାଳି ଇମ୍ରାନ ତାହିର । ତାହିର ଆଇପିଏଲ ୨୦୨୦ରେ କେବଳ ୩ଟି ମ୍ୟାଚ ଖେଳିଥିଲେ, ଯେଉଁଥିରେ ସେ ମାତୟ ୧୩ ରନ୍ ବିନିମୟରେ ଗୋଟିଏ ୱିକେଟ୍ ଅକ୍ତିଆର କରିଥିଲେ।




Visitors Today : 1
Total Visitors : 130301
Total Views : 9891804
Visitors Online Now : 0