ଆମେରିକା : ଆମେରିକାର ନବ ନିର୍ବାଚିତ ଉପରାଷ୍ଟ୍ରପତି କମଲା ହାରିସଙ୍କ ଡେପୁଟି ପ୍ରେସ୍ ସେକ୍ରେଟାରୀ ଭାବେ ମନୋନୀତ ହୋଇଛନ୍ତି ଭାରତୀୟ ବଂଶଦ୍ଭୋବ ସାବ୍ରିନା ସିଂ । କମଲା ହାରିସ ଓ ନବ ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନଙ୍କ ନିର୍ବାଚନ କ୍ୟାମ୍ପେନିଂରେ ସାବ୍ରିନା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ଏହା ପୂର୍ବରୁ ସାବ୍ରିନା ଡେମୋକ୍ରାଟିକ ପାର୍ଟିର ନ୍ୟାସନାଲ କମିଟତିରେ ଡେପୁଟି ଯୋଗା ଯୋଗ ନିର୍ଦ୍ଦେଶକ ଭାବେ ଦାୟୀତ୍ୱ ତୁଲାଇଥିଲେ । ଖାଲି ଏତିକି ନୁହେଁ ସେ ଆମେରିକାନ ବ୍ରିଜ୍ସ ଟ୍ରମ୍ପ ୱାର ରୁମର ମୁଖପାତ୍ର ଭାବେ ବି କାର୍ୟ୍ୟ କରିଛନ୍ତି । ଅନ୍ୟପଟେ ୨୦୧୬ ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ପ୍ରାର୍ଥୀ ହୋଇଥିବା ହିଲାରୀ କ୍ଲିଣ୍ଟନଙ୍କ ପାଇଁ ବି ନିର୍ବାଚନ କ୍ୟାମ୍ପେନର ଆଞ୍ଚଳିକ ଯୋଗା ଯୋଗ ନିର୍ଦ୍ଦେଶକ ଭାବେ କାମ କରିଥିଲେ । ସେହିଭଳି ଅନ୍ୟମାନଙ୍କ ମଧ୍ୟରେ ଭାରତୀୟ ବଂଶଦ୍ଭୋବ ଭାବେ ଜୋ ବାଇଡେନଙ୍କ ଭାଷଣ ଲେଖାର ନିର୍ଦ୍ଦେଶକ ଭାବେ ବିନୟ ରେଡ୍ଡି, ରାଷ୍ଟ୍ରପତି କର୍ମଚାରୀ କାର୍ୟ୍ୟାଳୟର ଉପ ନିର୍ଦ୍ଦେଶକ ଭାବେ ଗୌତମ ରାଘବନ, ଜାତୀୟ ଅର୍ଥନୈତିକ ପରିଷଦର ଉପ ନିର୍ଦ୍ଦେଶକ ଭାବେ ଭାରତ ରାମମୂର୍ତ୍ତୀ, ମଧ୍ୟ ସ୍ଥାନ ପାଇଛନ୍ତି ।



Visitors Today : 1
Total Visitors : 130301
Total Views : 9891804
Visitors Online Now : 0