ପୁରୀ: ଶ୍ରୀମନ୍ଦିରରେ କାଳିଆ ଦର୍ଶନ ପାଇଁ କୋହଳ ହେଲା କଟକଣା। ଆସନ୍ତା ୨୧ରୁ ଆଉ ଦରକାର ହେବନି କୋଭିଡ ନେଗେଟିଭ ରିପୋର୍ଟ । ଏନେଇ ଆଜି ସମୀକ୍ଷା ବୈଠକ ପରେ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର। ସମୀକ୍ଷା ବୈଠକରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ନୂଆ ନୀତି ନିୟମ ନିର୍ଦ୍ଧାରଣ ହୋଇଛି। ବୟସ୍କ ବ୍ୟକ୍ତିଙ୍କ ଦର୍ଶନ ପାଇଁ ଧାଡି ବ୍ୟବସ୍ଥା କରାଯିବ। ଏବେ ଦର୍ଶନ ପାଇଁ କୋଭିଡ ନେଗେଟିଭ ରିପୋର୍ଟ ଦରକାର ପଡୁଥିବା ବେଳେ ଜାନୁଆରୁ ୨୧ରୁ ଏହି ରିପୋର୍ଟ ଆଉ ଦରକାର ପଡିବ ନାହିଁ। ଏଥିସହ ସାକଳ ୭ରୁ ସାଧାରଣ ଭକ୍ତଙ୍କ ପାଇଁ ଦର୍ଶନ ବ୍ୟବସ୍ଥା ରହିବ । ଦୈନିକ ୩୦ ହଜାର ଭକ୍ତିଙ୍କୁ ଦର୍ଶନ ଅନୁମତି ମିଳିବ।
ତେବେ ସକାଳ ୬ଟାରୁ ୭ଟା ପର୍ଯ୍ୟନ୍ତ ପୁରୀ ସହରବାସୀ ମହାପ୍ରଭୁଙ୍କ ଦର୍ଶନ ସୁବିଧା ପାଇବେ । ୭ଟା ପରେ ସାଧାରଣ ଦର୍ଶନ ଆରମ୍ଭ ହେବ । ଅନ୍ୟ ସମୟରେ ପୁରୀ ସହରବାସୀ ଚାହିଁଲେ ଧାଡିରେ ଆସି ଦର୍ଶନ କରିପାରିବେ। ଏ ସମସ୍ତ ନିୟମ ଜାନୁଆରୀ ୨୧ରୁ ଫେବ୍ରୁଆରୀ ୨୧ ଯାଏଁ ଲାଗୁ ହେବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି ।



Visitors Today : 1
Total Visitors : 130423
Total Views : 9891953
Visitors Online Now : 0