ସିଡନୀ: ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ସିଡନୀ ଟେଷ୍ଟର ଦ୍ୱିତୀୟ ଇନିଂସରେ ୩୧୨ ରନରେ ପାଳି ଘୋଷଣା କରିଛି ଘରୋଇ ଅଷ୍ଟ୍ରେଏଲିଆ ଦଳ ।ଦଳ ୬ ଓ୍ୱିକେଟ୍ ବିନିମୟରେ ୩୧୨ ରନ୍ କରିବା ସହ ଭାରତଠୁ ୪୦୭ ରନରେ ଆଗୁଆ ରହିଛି । ତେବେ ଭାରତକୁ ବିଜୟ ପାଇଁ ୪୦୭ ରନ୍ ଆବଶ୍ୟକ । ସିଡନୀ ଟେଷ୍ଟର ଦ୍ଵିତୀୟ ଦିନରେ ସୁବିଧା ଜନକ ସ୍ଥିତିରେ ଥିବା ଭାରତ ନିଜ ବ୍ୟାଟସମ୍ୟାନଙ୍କ ନିରାଶଜନକ ପ୍ରଦର୍ଶନ କାରଣରୁ ତୃତୀୟ ଦିନ ସୁଦ୍ଧା ସଙ୍କଟଜନକ ସ୍ଥିତିରେ ରହିଥିଲା। ଭାରତ ନିଜର ପ୍ରଥମ ଇନିଂସରେ ୨୪୪ ରନରେ ଅଲଆଉଟ୍ ହେବା ପରେ ଅଷ୍ଟ୍ରେଲିଆ ଦ୍ଵିତୀୟ ଇନିଂସରେ ତୃତୀୟ ଦିନର ଖେଳ ଶେଷ ସୁଦ୍ଧା ୨ ଓ୍ଵିକେଟ୍ ହରାଇ ୧୦୩ ରନ କରିଥିଲା । ଏହାପରରେ ଚତୁର୍ଥ ଦିନରେ ଦଳ ୩୧୨ ରନ୍ କରି ପାଳି ଘୋଷଣା କରିଛି । ଏହାସହ ଭାରତଠୁ ୪୦୭ ରନରେ ଆଗରେ ରହିଛି । ଭାରତକୁ ଜିତିବା ପାଇଁ ହେଲେ ୪୦୭ ରନ୍ କରିବାକୁ ହେବ ।




Visitors Today : 1
Total Visitors : 130301
Total Views : 9891804
Visitors Online Now : 0