ମାଲକାନଗିରି : ମାଲକାନଗିରି ଜିଲ୍ଲା ଓରକେଲ ଥାନା ଅଞ୍ଚଳରେ ପୋଲିସ ପୋଷାକ ପିନ୍ଧି, ଗାଡ଼ିରେ ପୋଲିସ ଲେଖି ଚାଲିଥିଲା ଗଞ୍ଜେଇ ଚୋରା ଚାଲାଣ । ଏଭଳି ଗଞ୍ଜେଇ ମାଫିଆଙ୍କୁ ଗିରଫ କରିଛି ଓରକେଲ ପୋଲିସ ।
ବିଶେଷ ସୂତ୍ରରୁ ଖବର ପାଇ ବାଲିମେଳା ଛକ- ଡାଇକ ୩ ମୁଖ୍ୟ ରାସ୍ତାର ଖଡ଼ିକାଝୁଡ଼ି ନିକଟରେ ଏସ୍ଆଇ ମିଲନ ମଜୁମଦାରଙ୍କ ନେତୃତ୍ୱରେ ଏକ ଟିମ୍ ଜଗି ରହିଥିଲେ। ଏହି ସମୟରେ ଏକ ଫେକ୍ ନମ୍ବର OD- ୩୩ B ୩୬୭୬ ଲେଖାଥିବା ଇନୋଭା କାରକୁ ଅଟକାଇଥିଲେ। ଗାଡ଼ିରେ ପୋଲିସ ଲେଖାଥିବା ବେଳେ ବସିଥିବା ବ୍ୟକ୍ତି ମାନେ ମଧ୍ୟ ପୋଲିସ ବେଶରେ ଥିଲେ ।ସେମାନଙ୍କୁ କେଉଁ ଅଞ୍ଚଳର ପୋଲିସ ବୋଲି ପଚରାଯିବାରୁ ସେମାନେ ନିଜକୁ ବିହାର ପୋଲିସ ବୋଲି ପରିଚୟ ଦେଇଥିଲେ। କିନ୍ତୁ ତାଙ୍କ ଗାଡିର ନମ୍ବର ପ୍ଲେଟ ଓଡ଼ିଶା ରାଜ୍ୟର ଲାଗିଥିଲା। ସେମାନେ ହିନ୍ଦୀ ଭାଷାରେ କଥାବାର୍ତ୍ତା କରୁଥିଲେ । ହେଲେ ସେମାନଙ୍କ କଥାବାର୍ତ୍ତାରେ ତାଳମେଳ ନଥିବାରୁ ସେମାନଙ୍କ ଗାଡି ଯାଞ୍ଚ କରିଥିଲା ପୋଲିସ୍। ଯାଞ୍ଚ ବେଳେ ଗାଡ଼ିରୁ ୧ କ୍ୱିଣ୍ଟାଲ ଗଞ୍ଜେଇ ଜବତ କରାଯାଇଥିଲା। ଯାହାର ଅନୁମାନିକ ମୂଲ୍ୟ ୨ ଲକ୍ଷରୁ ଅଧିକ ହେବ ବୋଲି ପୋଲିସ ସୂଚନା ଦେଇଛି।



Visitors Today : 1
Total Visitors : 130301
Total Views : 9891804
Visitors Online Now : 0