ବ୍ରଜରାଜନଗର: ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ପୌରାଞ୍ଚଳ ଅନ୍ତର୍ଗତ ହରିଓମ ବିହାର ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଘରଭିତରେ ଶୋଇଥିବା ଅବସ୍ଥାରେ ପଲଙ୍କରେ ନିଆଁ ଲାଗି ୪ ଜଣ ଗୁରୁତର ଆହତ ହୋଇଛନ୍ତି। ଘଟଣାସ୍ଥଳରେ ପେଟ୍ରୋଲ ଗନ୍ଧ ହେଉଛି। କୋଠରି ଭିତରେ ପେଟ୍ରୋଲ ଡବା ପଡ଼ିଛି। ଘଟଣାଟି ଆଜି ସକାଳ ୪ଟାରେ ଘଟିଛି। ଆହତମାନଙ୍କୁ ପ୍ରଥମେ ଚିକିତ୍ସା ପାଇଁ ମଣ୍ଡାଳିଆସ୍ଥିତ କେନ୍ଦ୍ରୀୟ ଚିକିତ୍ସାଳୟକୁ ନିଆଯାଇଥିଲା। ସେଠାରେ ପ୍ରାଥମିକ ଚିକିତ୍ସା ପରେ ରାଉରକେଲା ଆରଜିଏଚକୁ ସ୍ଥାନାନ୍ତର କରାଯାଇଛି। ଖବର ପାଇ ବ୍ରଜରାଜନଗର ଆଇ ଆଇ ସି ନଳିତା ମୋଦୀ ଘଟଣାସ୍ଥଳରେ ପହଞ୍ଚି ଅନୁସନ୍ଧନ ଜାରି ରଖିଛନ୍ତି। ନିଆଁ କିଭଳି ଲାଗିଲା ଓ କିଏ ଲଗାଇଲା ଓ ପେଟ୍ରୋଲ କିଏ ଢାଳିଲା ଏହା ସ୍ପଷ୍ଟ ହୋଇପାରିନାହିଁ।



Visitors Today : 1
Total Visitors : 130301
Total Views : 9891804
Visitors Online Now : 0