ଆଠଗଡ କରୋନା ମହାମାରୀ ପାଇଁ ରାଜ୍ୟ ସରକାର ସମସ୍ତ ମନ୍ଦିରଗୁଡିକରେ ସାଧାରଣ ଦର୍ଶନକୁ ବାରଣ କରିଥିଲେ । ତେବେ ଦୀର୍ଘ ୧୦ ମାସ ପରେ ସର୍ବସାଧାରଣଙ୍କୁ ଦର୍ଶନ ଦେଉଛନ୍ତି ବାବା ଧବଳେଶ୍ବର । ୨ରୁ ୧୦ବର୍ଷ ପିଲା ଓ ୬୫ବର୍ଷରୁ ଉର୍ଦ୍ଧ୍ବ ଲୋକଙ୍କୁ ମନ୍ଦିର ଭିତରକୁ ଯିବାକୁ ବାରଣ କରାଯାଇଛି । ମାସ୍କକୁ ବାଧ୍ୟତାମୂଳକ କରାଯିବ ସହ ୬ ଫୁଟ ଦୂରତା ରଖିବାକୁ ଶ୍ରଦ୍ଧାଳୁମାନଙ୍କୁ କୁହାଯାଉଛି । ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ରାତ୍ର ୪ଟାରୁ ପହଡ ଖୋଲାଯାଇ ବାବାଙ୍କ ର ସ୍ନାନ କରାଯାଇ ମଙ୍ଗଳ ଆରତୀ କରାଯାଇଥିଲା । ଗତ ୮ ତାରିଖରୁ ଧବଳେଶ୍ବର ମନ୍ଦିର ଖୋଲିଥିବା ବେଳେ ପ୍ରଥମେ ସେବାୟତଙ୍କ ପରିବାର, ପରେ ମଞ୍ଚେଶ୍ବର ପଞ୍ଚାୟତବାସୀ ଦର୍ଶନର ସୁଯୋଗ ପାଇଥିଲେ । ଆଜିଠୁ ସର୍ବସାଧାରଣଙ୍କୁ ଦର୍ଶନ ଦେଉଛନ୍ତି ବାବା ଧବଳେଶ୍ବର ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0