spot_img

ସେଲଫି ନେବା ବେଳେ ଭାସିଗଲେ ଯୁବତୀ:ଭିଡିଓ ଭାଇରାଲ

ସୁନ୍ଦରଗଡ଼: ସେଲଫି ନେଉଥିବା ବେଳେ ଇବ ନଦୀରେ ଭାସିଗଲେ ଯୁବତୀ । ଶେଷରେ  ଦୀର୍ଘ ୨୨ ଘଣ୍ଟାର ସର୍ଚ୍ଚ ଅପରେସନ ପରେ ପଥର ସନ୍ଧିରୁ ତାଙ୍କ ମୃତଦେହ ଉଦ୍ଧାର ହୋଇଥିଲା। ଗତ ୩ ତାରିଖରେ ଏପରି ଘଟଣା ଘଟିଥିବା ବେଳେ  ମୃତା ଯୁବତୀ ରାଜଗାଙ୍ଗପୁର କୁମ୍ଭାରପଡ଼ାର ୨୩ ବର୍ଷୀୟା ନିରୁପମା ପ୍ରଜାପତି ବୋଲି ଜଣାପଡ଼ିଥିଲା । ଏହି ଘଟଣାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେଉଛି। ନୂଆ ବର୍ଷ ପାଳନ ନିମନ୍ତେ ନିରୁପମା ନିଜ ସାଙ୍ଗ ତଥା ପରିବାର ସଦସ୍ୟଙ୍କ ସହ ଗତ ୩ ତାରିଖରେ  ବାଲିଶଙ୍କରା ବ୍ଲକ ଇବ ନଦୀର ଦର୍ଶନୀୟ ସ୍ଥାନ କନାକୁଣ୍ଡକୁ ବୁଲି ଯାଇଥିଲେ। ଅନ୍ୟମାନେ ରୋଷେଇ ତଥା ବୁଲିବାରେ ବ୍ୟସ୍ତ ଥିବା ବେଳେ ନିରୁପମା  ଇବ ନଦୀର ସୁଅ ମୁହଁରେ ପଥର ଉପରେ ଛିଡ଼ା ହୋଇ ସେଲ୍ଫି ନେଉଥିଲେ । ଉକ୍ତ ସମୟରେ  ଜଣେ ଯୁବକ ଉକ୍ତ ବାଟ ଦେଇ ଯାଉଥିବା ବେଳେ ଭାରସାମ୍ୟ ହରାଇ  ଖସି ପଡ଼ିଥିଲେ । ସଂପୃକ୍ତ ଯୁବକଙ୍କ ହାତ ବାଜିଯିବାରୁ ଭାରସାମ୍ୟ ହରାଇ ନିରୁପମା ସୁଅ ମୁହଁରେ ପଡ଼ି ଯାଇଥିଲେ । ଦୀର୍ଘ ୨୨ ଘଣ୍ଟାର ସର୍ଚ ଅପରେସନ ପରେ ପଥର ସନ୍ଧିରୁ ତାଙ୍କ ମୃତଦେହ ଉଦ୍ଧାର ହୋଇଥିଲା ।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular