ଉମରକୋଟ: ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକର ତଲାପଦର ଗ୍ରାମରେ ନିର୍ମାଣଧିନ ସେତୁ ଖସିପଡିବା ଘଟଣାର ତଦାରଖ କରିଛନ୍ତି ଅଧିକ୍ଷଣ ଯନ୍ତ୍ରୀ । ଆଜି ସେ ଉନ୍ନୟନ କମିଶନରଙ୍କ ନିର୍ଦ୍ଦେଶ କ୍ରମେ ଘଟଣା ସ୍ଥଳରେ ଆସି କାର୍ୟ୍ୟର ସମୀକ୍ଷା କରିବା ସହିତ ଏହାର ମାନ ପରୀକ୍ଷା ପାଇଁ ସେଠାରେ ବ୍ୟବହୃତ ବିଭିନ୍ନ ଵସ୍ତୁକୁ ନେଇଛନ୍ତି । ଗତ ରାତିରେ ଜିଲ୍ଲାପାଳ,ଆରକ୍ଷୀ ଆଧିକାରୀ,ସ୍ଥାନୀୟ ବିଧାୟକ ପ୍ରକାଶ ମାଝୀ ଆସି ଉଦ୍ଧାର କାର୍ୟ୍ୟର ତଦାରଖ କରିଥିଲେ । ବର୍ତ୍ତମାନ ସମସ୍ତ ଉଦ୍ଧାର କାର୍ୟ୍ୟ ଶେଷ ହୋଇଛି । ଘଟଣାରେ ମୋଟ ସାତ ଜଣ ଶ୍ରମିକ ଆହତ ହୋଇଥିବା ବେଳେ ଜଣେ ମୃତ୍ୟୁ ହୋଇଛନ୍ତି ଓ ଚାରି ଜଣ ଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ରାଜ୍ୟ ସରକାର ମଧ୍ୟ ଏହାକୁ ଗୁରୁତ୍ୱର ଭାବେ ନେଇଛନ୍ତି ଘଟଣା ଘଟିବାର ସାଙ୍ଗେ ସାଙ୍ଗେ ଉନ୍ନୟନ କମିଶନର ଠିକାଦାର ଓ କାର୍ୟ୍ୟ ର କାର୍ୟ୍ୟଭାର ନେଇଥିବା ଅଧିକାରୀଙ୍କୁ ଗିରଫ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି l



Visitors Today : 2
Total Visitors : 130168
Total Views : 9891613
Visitors Online Now : 0