ଝାରସୁଗୁଡ଼ା : ଗତ ୯ ମାସ ଧରି ସ୍କୁଲ, କଲେଜ ବନ୍ଦ ରହିବା ପରେ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଗତ ୮ ତାରିଖରୁ ଖୋଲିଛି ଦଶମ ଓ ଦ୍ୱାଦଶ ଶ୍ରେଣୀ। ହେଲେ ସ୍କୁଲ, କଲେଜ ଖୋଲିବାର ମାତ୍ର ୨ ଦିନ ମଧ୍ୟରେ କୋରୋନା ପୁଣି ତାର ପ୍ରକୋପ ଦେଖାଇବା ଆରମ୍ଭ କରିଦେଇଛି । ଏଭଳି ଏକ ଘଟଣା ଝାରସୁଗୁଡ଼ା ଜିଲ୍ଲାରେ ଦେଖିବାକୁ ମିଳିଥିବା ବେଳେ ଏଥିଯୋଗୁ ଭୟର ବାତାବରଣ ଖେଳିଯାଇଛି। ଝାରସୁଗୁଡ଼ା ସହର ଵୃନ୍ଦାବନ କୋଲୋନୀସ୍ଥିତ ଜିଏନଏମ ଟ୍ରେନିଂ କଲେଜର ୧୧ ଛାତ୍ରୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଗୋଟିଏ ଅଞ୍ଚଳରୁ ୧୧ଜଣ ପଜିଟିଭ ବାହାରିବା ଯୋଗୁଁ ବର୍ତ୍ତମାନ ସେହି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛନ୍ତି ଜିଲ୍ଲା ପ୍ରଶାସନ । ଗତ ୮ ତାରିଖରେ କଲେଜ ଖୋଲିବା ପରେ ଜିଏନଏମ ଟ୍ରେନିଂ କଲେଜ ଛାତ୍ରୀମାନଙ୍କ କୋଭିଡ ପରୀକ୍ଷା କରାଯାଇଥିଲା । ତେବେ ଗତ ୨ଦିନ ଭିତରେ ୧୧ ପଜିଟିଭ ଚିହ୍ନଟ ହେବା ପରେ ବର୍ତ୍ତମାନ ଏହା ଜିଲ୍ଲା ପ୍ରଶାସନର ମୁଣ୍ଡ ବ୍ୟଥାର କାରଣ ପାଲଟିଛି। ବୃନ୍ଦାବନ କଲୋନୀରୁ କେବଳ ୫ ପଜିଟିଭ ଚିହ୍ନଟ ହେବା ପରେ ଆଖପାଖ ଅଞ୍ଚଳକୁ କଣ୍ଟେନମେଣ୍ଟ ଓ ବଫର ଜୋନ ଭାବେ ଘୋଷଣା କରିଛି ଜିଲ୍ଲା ପ୍ରଶାସନ। କଣ୍ଟାକ୍ଟ ଟ୍ରେସିଂ ଓ ସର୍ଭେଲାନ୍ସ ତ୍ୱରାନ୍ୱିତ କରିବାକୁ ସଂକ୍ରମିତଙ୍କ ଘର ପାଖ ଅଞ୍ଚଳକୁ କଣ୍ଟେନମେଣ୍ଟ ଓ ବଫର ଜୋନ ଭାବେ ଘୋଷଣା କରାଯାଇଛି । ବୃନ୍ଦାବନ କଲୋନୀ ଲେନ୍-୨ ସମ୍ପୂର୍ଣ୍ଣ ଭାବେ କଣ୍ଟେନମେଣ୍ଟ ଘୋଷଣା ହୋଇଥିବା ବେଳେ, ବିୟୁଟି ପାର୍ଲର୍ ସାମ୍ନାରୁ ପିପି ମୋଟର୍ସ ଶେଷ ଏବଂ ସେଠାରୁ ଲେନ୍-୧ ଶେଷମୁଣ୍ଡ ଯାଏଁ ଅଞ୍ଚଳକୁ ବଫର୍ ଜୋନ୍ ଭାବେ ଘୋଷଣା କରାଯାଇଛି ।



Visitors Today : 2
Total Visitors : 130302
Total Views : 9891805
Visitors Online Now : 0