ଲକ୍ଷ୍ନୌ: ମା’ର ଗାଳି ସହିନପାରି ଝିଅର ଆତ୍ମହତ୍ୟା। ମୁଣ୍ଡରେ ବନ୍ଧୁକ ଲଗାଇ ଆତ୍ମହତ୍ୟା କରିଛି ନାବାଳିକା। ୟୁପି ମୋରଦାବାଦରେ ଏହି ଅଭାବନୀୟ ଘଟଣା ଘଟିଛି। ଝିଅ ପାଠ ନପଢ଼ିବାରୁ ମା’ ଗାଳିଦେଇଥିବା ଝିଅର ବାପା ପୁଲିସ ନିକଟରେ ଅଭିଯୋଗ କରିଛନ୍ତି। ପୁଲିସ ଏବେ ଏହି ମାମଲାରେ ଅଧିକ ତଦନ୍ତ କରୁଛି। ଆତ୍ମହତ୍ୟା କରିଥିବା ନାବାଳିକା ଯୁକ୍ତ ୨ରେ ପାଠ ପଢ଼ୁଥିଲେ। ଗାଳିଗୁଲଜର ଶିକାର ହେବା ପରେ ନିଜକୁ ରିଭଲଭର ବା ବନ୍ଧୁକ ସାହାଯ୍ୟରେ ଗୁଳି ଚଳାଇଥିବା ଅଭିଯୋଗ ହୋଇଛି। ନାବାଳିକାକୁ ସଙ୍ଗେସଙ୍ଗେ ଏକ ଘରୋଇ ଡାକ୍ତରଖାନାକୁ ନିଆଯାଇଥିଲା। ହେଲେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାର ମୃତ୍ୟୁ ଘଟିଛି। ମୃତକଙ୍କ ବାପା ପ୍ରେମ ପାଲ ପୁଲିସକୁ ଫୋନ ଜରିଆରେ ସୂଚନା ଦେଇଥିଲେ। ଏହି ଘଟଣା ଘଟିବା ବେଳେ ସେ ଘରେ ନଥିଲେ ବୋଲି ପୁଲିସକୁ କହିଛନ୍ତି। ତେବେ ଏହି ରିଭଲଭର କେଉଁଠୁ ଆସିଲା ? ପୁଲିସ ଏବେ ଏହି ବନ୍ଧୁକ ଜବତ କରି ତଦନ୍ତ କରୁଛି। ଏଥିସହ ପୁଲିସ ଶବ ବ୍ୟବଚ୍ଛେଦ ରିପୋର୍ଟକୁ ଆଧାର କରି ପରିବାର ଲୋକଙ୍କୁ ପଚରାଉଚରା କରିଥିବା ସୂଚନା ରହିଛି। ମୃତ୍ୟୂ ପୂର୍ବରୁ ଆଉ କିଛି କାରଣକୁ ନେଇ ନାବାଳିକା ଜଣଙ୍କ ମାନସିକ ଚିନ୍ତାରେ ଥିଲା କି ନାହିଁ ସେ ବାବଦରେ ମଧ୍ୟ ପୁଲିସ ତଦନ୍ତ କରୁଛି।



Visitors Today : 2
Total Visitors : 130302
Total Views : 9891805
Visitors Online Now : 0