spot_img

ଖୁଲମ୍ ଖୁଲା ଚାଲିଛି ଜୁଆ ଖେଳ

କେନ୍ଦୁଝର: ପ୍ରତେକ ସପ୍ତାହ ସୋମବାର ଦିନ ଦିପହରେ ଚାଲୁଛି ଜୁଆ ଖେଳ ପ୍ରଶାସନ ନୀରବ ଦ୍ରଷ୍ଟା। ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ପାଟଣା ଥାନା ସାହାରପଡା ବ୍ଲକ ଗୋରାସ ସାପ୍ତାହିକ ହାଟରେ । ଆବଶ୍ୟକ ସୌଦାପତ୍ର କିଣିବା ପାଇଁ ହାଟକୁ ଆସୁଥିବା ଲୋକମାନେ ଜୁଆ ଖେଳରେ ମାତିରହି ହଜାର ହଜାର ଟଙ୍କାର ବାଜି ଲଗାଇ ସର୍ବଶାନ୍ତ ହୋଇ ଘରକୁ ଫେରିବା ପରେ ପାରିବାରିକ କଳହର ଶିକାର ହେଉଛନ୍ତି । ଏଥି ପ୍ରତି ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉନି। ଏହି ଜୁଆ ଖେଳ କରାଉଥିବା ମୁଣ୍ଡ ଉପରେ ବଡ ବଡ ପ୍ରଶାସନ ଅଧିକାରୀଙ୍କ ହାତ ଥିବା ନେଇ ନିଜର ନାମ ଲୁଚାଇ ପରିପ୍ରକାଶ କରିଛନ୍ତି ଅଞ୍ଚଳବାସୀ । ପୂର୍ଣ ଭାବରେ ପ୍ରଶାସନ ପ୍ରଶୟ ଦେଉଥିବା ନେଇ ସଷ୍ଟ ଭାରି ହେଇ ପଡୁଛି । ପ୍ରଶାସନ ଯଦି ଜାଣିଶୁଣି ନୀରବ ରହେ ତେବେ ଲୋକେ ଗୁହାରି କରିବେ କାହାକୁ। ଯଦି ପ୍ରଶାସନ ସଚେତନ ହେବେ ତେବେ କାହାରି ସାହସ ହେବନି ଏଭଳି ବେଆଇନ ଜୁଆ ଖେଳ କରିବାକୁ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular