spot_img

ଘରେ କେହି ନଥିବା ବେଳେ ଲକ୍ଷାଧିକ ଟଙ୍କାର ସୁନାଗହଣା ଲୁଟ

ସୋର ଘରେ କେହି ନଥିବାର ସୁଯୋଗ ନେଇ କଳାକନା ବୁଲାଇଲେ ଲୁଟେରା । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ବାଲେଶ୍ବର ଜିଲ୍ଲା ସୋର ଥାନା ମୁଳେଶ୍ବର ଗ୍ରାମରେ ।

ସୂଚନାଯୋଗ୍ୟ ଯେ, ମାଳତୀ ପ୍ରଧାନ ନିଜ ମା’ଙ୍କୁ ଚିକିତ୍ସା ପାଇଁ କଟକ ବଡ ଡାକ୍ତରଖାନାକୁ ନେଇ ଯାଇଥିଲେ । ସୋମବାର ଘରକୁ ଫେରିବା ପରେ ଘରେ ତାଲା ଭଙ୍ଗାଯାଇ ଲକ୍ଷାଧିକ ଟଙ୍କାର ଗହଣା ଚୋରି ଓ ଘରର ବିଭିନ୍ନ ଆସବାବପତ୍ର ଚୋରି ହୋଇଥିବା ଦେଖିବାକୁ ପାଇଥିଲେ । ଏନେଇ ମାଳତୀ ସୋର ଥାନାରେ ଅଭିଯୋଗ କରିବା ପରେ ଘଟଣାସ୍ଥଳରେ ସୋର ପୋଲିସ ପହଞ୍ଚି ଛାନ୍ ଭିନ୍ ଆରମ୍ଭ କରିଛି ।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular