ରାଜ୍ୟରେ କରୋନାର ପ୍ରଭାବ ଦିନକୁ ଦିନ ବଢ଼ିି ଚାଲିଛି । ନିକଟ ଭବିଷ୍ୟତରେ ସ୍କୁଲ ଖୋଲିବାର ସମ୍ଭାବନା ମଧ୍ୟ କମ୍ । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ବିଭାଗ ସରକାରୀ ସ୍କୁଲରେ ପଢ଼ୁଥିବା ଛାତ୍ର ଛାତ୍ରୀଙ୍କ ଅଗଷ୍ଟ ୩୧ ତାରିଖ ପର୍ଯ୍ୟନ୍ତ ମଧ୍ୟହ୍ନ ଭୋଜନ ବାଟିଂବାକୁ ନିଷ୍ପତି ନେଇଛନ୍ତି । ପ୍ରଥମ ପର୍ୟ୍ୟାୟରେ ମାର୍ଚ୍ଚ ୧୭ରୁ ଜୁନ୍ ୧୩ ପର୍ୟ୍ୟନ୍ତ ମଧ୍ୟାହ୍ନ ଭୋଜନ ବାବଦରେ ଚାଉଳ ଓ ରୋଷେଇ ଖର୍ଚ୍ଚ ଦିଆଯାଇଥିଲା । ଏବେ ଜୁନ୍ ୧୪ରୁ ଦ୍ୱିତୀୟ ପର୍ୟ୍ୟାୟରେ ମଧ୍ୟାହ୍ନ ଭୋଜନ ଚାଉଳ ଓ ରୋଷେଇ ବାବଦ ଖର୍ଚ୍ଚ ଦିଆଯିବ । ତେବେ ଏହି ବାଂଟିବାରେ କୋଭିଡ ନିୟମକୁ ପାଳନକରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ସେଭଳି ଜୁନ୍ ୧୪ରୁ ଅଗଷ୍ଟ ୩୧ ପର୍ୟ୍ୟନ୍ତ ୫୭ ଦିନର ମଧ୍ୟାହ୍ନଭୋଜନ ଚାଉଳ ସ୍କୁଲ ପରିଚାଳନା କମିଟି(ଏସ୍ଏମ୍ସି)ର ସଦସ୍ୟଙ୍କ ଉପସ୍ଥିତିରେ ପ୍ରଧାନ ଶିକ୍ଷକମାନେ ସ୍କୁଲ ପଏଣ୍ଟରେ ବଣ୍ଟନ କରିବେ। ଯଦି ସ୍କୁଲରେ ୫୭ଦିନରୁ ଅଧିକ ଦିନ ଲାଗି ମଧ୍ୟାହ୍ନଭୋଜନ ଚାଉଳ ରହିଥିବ, ତେବେ ସିଆରସିସିମାନେ ଉକ୍ତ ଚାଉଳକୁ ନିକଟସ୍ଥ ସ୍କୁଲକୁ ପଠାଇପାରିବେ, ଯେଉଁଠାରେ ଚାଉଳ ଅଭାବ ରହିଥିବ। ଏହାପରେ ବି ଯଦି ଚାଉଳ ଅଭାବ ଦେଖାଯାଏ, ସେଭଳି ସ୍ଥିତିରେ ଅଭିଭାବକଙ୍କୁ କୁପନ୍ ବଣ୍ଟାଯିବ ଏବଂ ସେମାନେ ନିକଟସ୍ଥ ଇପିଏସ୍/ପିଡିଏସ୍ ଆଉଟ୍ଲେଟ୍ରୁ ଚାଉଳ ସଂଗ୍ରହ କରିପାରିବେ। ରୋଷେଇ ବାବଦ ଖର୍ଚ୍ଚ ସିଧାସଳଖ ପିଲା/ଅଭିଭାବକଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପଠାଯିବ। ଯଦି ସ୍କୁଲରେ ହୋଇଥିବା ସଙ୍ଗରୋଧ କେନ୍ଦ୍ର/ଟିଏମ୍ସି/କୋଭିଡ୍ କେୟାର ହୋମ୍ ଖାଲି ହୋଇଯାଇଥିବ, ତେବେ ତାହାକୁ ଭଲ ଭାବେ ବିଶୋଧନ କରି ସେଠାରେ ମଧ୍ୟାହ୍ନଭୋଜନ ଚାଉଳ ବଣ୍ଟନ କରାଯାଇପାରିବ।



Visitors Today : 1
Total Visitors : 130424
Total Views : 9891955
Visitors Online Now : 0