କୋରାପୁଟ: କରୋନା ପାଇଁ ଚାରିଆଡେ ସ୍ଥିତି ଅସମ୍ଭାଳ ହୋଇପଡିଥିବା ବେଳେ ଗଞ୍ଜେଇ ଚୋରା କାରବାର ଥମିବାରେ ନା ନେଉନାହିଁ । ଦିନକୁ ଦିନ ଚୋରା କାରବାର ବଢିବାରେ ଲାଗିଛି । ଯେତେ ଆଇନ କାନୁନ ଲାଗୁ ହେଲେ ମଧ୍ୟ ତାହା କିଛି ସୁଫଳ ହେଉନାହିଁ ।
ସୂଚନା ଅନୁସାରେ, କେରାପୁଟ ଜିଲ୍ଳା ଜଲାପୁଟ ଅଞ୍ଚଳର ସ୍ଥାନୀୟ ଶଗର ଛକ ନିକଟରେ ପୋଲିସ ପେଟ୍ରୋଲିଂ କରୁଥିବା ବେଳେ ୩ ଜଣ ମାଫିଆ ଧରାପଡିଛନ୍ତି । ଜଲାପୁଟ ଅଞ୍ଚଳରୁ ଏହି ଗଞ୍ଜେଇ ବିହାରକୁ ଚୋରା କାରବାର ହେଉଥିବା ସମୟରେ ଲମତାପୁଟ ପୋଲିସ ଚଢାଉ କରିଛି । ଚଢାଉ ବେଳେ ଦୁଇଟି କାରରୁ ପ୍ରାୟ ଦେଢ କୁଇଣ୍ଟାଲ ଗଞ୍ଜେଇ ଜବତ ହୋଇଥିଲା । ଯାହାର ମୂଲ୍ୟ ୨୦ଲକ୍ଷରୁ ଉର୍ଦ୍ଧ ଟଙ୍କା ହେବ ବୋଲି ଅନୁମାନ କରଯାଇଛି ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0