କଟକ : ରାଜ୍ୟର ସମସ୍ତ ଆଇନଜୀବୀ ସଂଘର କର୍ମକର୍ତ୍ତା ନିର୍ବାଚନ ଆସନ୍ତା ମାର୍ଚ୍ଚ ୨୭ରେ ଅନୁଷ୍ଠିତ ହେବ। ଏ ନେଇ ଓଡ଼ିଶା ରାଜ୍ୟ ଆଇନଜୀବୀ ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି। ପୂର୍ବଭଳି ୱାନ୍ ବାର୍ ୱାନ୍ ଭୋଟ ନିୟମ ଆଧାରରେ ରାଜ୍ୟର ସମସ୍ତ ସ୍ବୀକୃତିପ୍ରାପ୍ତ ବାର ଆସୋସିଏସନର କର୍ମକର୍ତ୍ତା ନିର୍ବାଚନ ମାର୍ଚ୍ଚ ମାସର ଶେଷ ଶନିବାର, ୨୭ ତାରିଖ ଦିନ କରାଯିବ। ଏଠାରେ ଉଲ୍ଲେଖ ଯୋଗ୍ୟ ଯେ କିଛି ବର୍ଷ ହେବ ରାଜ୍ୟର ସମସ୍ତ ଆଇନଜୀବୀ ସଂଘର ନିର୍ବାଚନ ଗୋଟିଏ ତାରିଖରେ ୱାନ୍ ବାର୍ ୱାନ୍ ଭୋଟ ନିୟମ ପାଳନ କରି ଆୟୋଜନ କରାଯାଉଛି। ନିର୍ବାଚନ ତାରିଖ ନେଇ ସମସ୍ତ ଆଇନଜୀବୀ ସଂଘକୁ ରାଜ୍ୟ ଆଇନଜୀବୀ ପରିଷଦ ପକ୍ଷରୁ ମଧ୍ୟ ଅବଗତ କରାଯାଇଥିବା ସୂଚନା ମିଳିଛି।



Visitors Today : 1
Total Visitors : 130303
Total Views : 9891806
Visitors Online Now : 0