ଝାରସୁଗୁଡ଼ା: ବହୁ ପ୍ରତୀକ୍ଷିତ ମୁମ୍ବାଇ- ଝାରସୁଗୁଡ଼ା- ବେଙ୍ଗାଲୁରୁ ବିମାନ ସେବା ଆଉ କିଛି ଘଣ୍ଟା ପରେ ମଙ୍ଗଳବାର ଠାରୁ ଆରମ୍ଭ ହେବାକୁ ଯାଉଛି। ଏଥିପାଇଁ ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରେ ସମସ୍ତ ପ୍ରକାର ବ୍ୟବସ୍ଥା ସଂପୂର୍ଣ୍ଣ ହୋଇଛି। ମଙ୍ଗଳବାର ଦିନ ସାଢ଼େ ୧୨ ଟାରେ ମୁମ୍ବାଇ ଠାରୁ ବୋଇଂ ୭୩୭ ବିମାନ ଆସି ଏଠାରେ ଅବତରଣ କରିବ ଓ ୧ ଟାରେ ପୁଣି ବେଙ୍ଗାଲୁରୁ ଅଭିମୁଖେ ଉଡ଼ାଣ କରିବ। ଠିକ ସେହିପରି ବେଙ୍ଗାଲୁରୁ ଠାରୁ ଆସି ଝାରସୁଗୁଡ଼ା ଠାରେ ସନ୍ଧ୍ୟା ୫ ଟା ୪୦ରେ ପହଞ୍ଚି ୬ ଟା ୧୦ରେ ମୁମ୍ବାଇ ଅଭିମୁଖେ ଉଡ଼ାଣ କରିବ। ବିମାନ ବନ୍ଦର ନିର୍ଦ୍ଦେଶକ କିଶୋର ସେନାପତି କହିଛନ୍ତି ଯେ, ମୁମ୍ବାଇରୁ ଆସି ଏଠାରେ ପହଞ୍ଚିବା ପରେ ଏହି ବୋଇଂକୁ ୱାଟର ସ୍ୟାଲୁଟ ଦିଆଯିବା ସହିତ ଆସୁଥିବା ଓ ଯାଉଥିବା ଯାତ୍ରୀ ମାନଙ୍କୁ ଗୋଲପ ଫୁଲ ଓ ଚକଲେଟ ଉପହାର ପ୍ରଦାନ କରାଯିବ।



Visitors Today : 1
Total Visitors : 130423
Total Views : 9891953
Visitors Online Now : 0