କଣ୍ଟାବାଞ୍ଜି: କଣ୍ଟାବାଞ୍ଜି ସହରର ବିଭିନ୍ନ ମିକ୍ସଚର ଫ୍ୟାକ୍ଟ୍ରି ଓ ତେଲ ମିଲ ଉପରେ ଚଢାଉ କରିଛି ବଲାଙ୍ଗିର ପୋଲିସ । ଜିଲ୍ଲା ଖାଉଟି ସୁରକ୍ଷା ଅଧିକାରୀ, ଓଜନ ମାପଦଣ୍ଡ ବିଭାଗ ପକ୍ଷରୁ ମିଳିତ ଭାବେ ଏହି ଚଢାଉ କରାଯାଇଛି । ବିକାଶ ଜୈନ ନାମକ ଜନୈକ ବ୍ୟକ୍ତି ବିନା ଲାଇସେନ୍ସରେ ମିକ୍ସଚର ଫ୍ୟାକ୍ଟ୍ରି ପରିଚାଳନା କରୁଥିବା ଜଣାପଡିଛି । ସେହିପରି ଚଟୁଅନକା ଲକ୍ଷ୍ମୀଷ୍ଟୋରରେ ଚଢାଉ ବେଳେ ଏଠାରେ ନକଲି ତେଲ ମହଜୁଦ ଥିବା ଜଣାପଡିଛି । ଗୋଦାମ ମାଲିକ ଗୋଟିଏ ବ୍ରାଣ୍ଡ ପାଇଁ ଲାଇସନ୍ସ ପାଇଁ ୪ ରୁ ୫ଟି କମ୍ପାନୀ ନାଁରେ ଲେବଲ ବ୍ୟବହାର କରି ବାହାରୁ ନକଲି ତେଲ ଆଣି ଅସଲି ନାଁରେ ବ୍ୟବସାୟ କରୁଥିବା ଘଟଣା ସାମ୍ନାକୁ ଆସିଛି । ସମାନ ଘଟଣା ଦେଖିବାକୁ ମିଳିଥିଲା ଭାରତ ସେଲକ ଗୋଦାମରେ । ଏଠାରେ ମଧ୍ୟ ବେଆଇନ ଭାବେ ନକଲି ବ୍ରାଣ୍ଡ ସାମଗ୍ରୀ ପ୍ରସ୍ତୁତ ହୋଇ ବିକ୍ରି କରୁଥିବା ଦେଖିବାକୁ ମିଳିଥିବା ଖାଦ୍ୟ ନୀରିକ୍ଷଣ ଅଧିକାରୀ ସୂଚନା ଦେଇଛନ୍ତି ।



Visitors Today : 1
Total Visitors : 130167
Total Views : 9891612
Visitors Online Now : 0