ବ୍ୟାଡମିଣ୍ଟନ ଷ୍ଟାର ସାଇନା ନେହୱାଲଙ୍କୁ କରୋନା । ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ଥାଇଲାଣ୍ଡରେ ଥିବା ସାଇନା କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଥାଇଲାଣ୍ଡର ହସ୍ପିଟାଲରେ ତାଙ୍କୁ ସଙ୍ଗରୋଧରେ ରଖାଯାଇଛି । ତେବେ ସାଇନାଙ୍କୁ କରୋନା ହେବା ଭାରତକୁ ବଡ ଝଟକା ଦେଇଛି । କାରଣ ୧୨ରୁ ୧୭ ମଧ୍ୟରେ ଥାଇଲାଣ୍ଡ ଓପନ ଟୁର୍ଣ୍ଣାମେଣ୍ଟ ଖେଳାଯାଇଥାନ୍ତା । ଏହାପରେ ୧୯ରୁ ୨୪ ଜାନୁଆରୀ ମଧ୍ୟରେ ଆଉ ଏକ ଟୁର୍ଣ୍ଣାମେଣ୍ଟ ଖେଳିଥାନ୍ତେ । କରୋନା ପାଇଁ ଗତ ୧୦ ମାସ ହେବ କୌଣସି ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟରେ ଭାଗ ନେଇ ନଥିବା ସାଇନା ଆଜିଠାରୁ ପୁଣିଥରେ ବ୍ୟାଡମିଣ୍ଟନ କୋର୍ଟକୁ ଫେରିଥାନ୍ତେ । ଏହାପୂର୍ବରୁ ବ୍ୟାଙ୍କକରେ ହେବାକୁ ଥିବା ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ପାଇଁ ଲଗାଯାଇଥିବା କରୋନା କଟକଣାକୁ ନେଇ ଆପତ୍ତି ଉଠାଇଥିଲେ ସାଇନା । ଯାହାକୁ ନେଇ ଟ୍ୱିଟ କରିଥିଲେ ସାଇନା । ତାଙ୍କ ଟ୍ରେନର ଓ ଫିଜିଓଙ୍କୁ ଭେଟିବାକୁ ଅନୁମତି ନ ଦେବାରୁ ବିଶ୍ୱ ବ୍ୟାଡମିଣ୍ଟନ ମହାସଂଘକୁ କଟାକ୍ଷ କରିଥିଲେ ସାଇନା । କରୋନାକୁ ଦୃଷ୍ଟିରେ ରଖି ଚୀନ ଏହି ବ୍ୟାଡମିଣ୍ଟନରୁ ନିଜକୁ ଦୂରେଇ ରଖିଥିବା ବେଳେ ବିଶ୍ୱର ନମ୍ବର ୱାନ୍ ଖେଳାଳି କିନ୍ତୋ ମୋମୋତାଙ୍କୁ କରୋନା ହେବା ପରେ ଜାପାନ ମଧ୍ୟ ଏହି ଟୁର୍ଣ୍ଣାମେଣ୍ଟରୁ ଓହରି ଯାଇଛି ।



Visitors Today : 2
Total Visitors : 130168
Total Views : 9891613
Visitors Online Now : 0