spot_img

ଭୁବନେଶ୍ବରରୁ ପୁନେ ଉଡିବ ସ୍ବତନ୍ତ୍ର ବିମାନ

ଭୁବନେଶ୍ବର : ଭୁବନେଶ୍ବରରୁ ପୁନେକୁ ଉଡିବ ବିମାନ । ଲୋକଙ୍କ ସୁବିଧା ପାଇଁ ଏୟାର ଏସିଆର ସ୍ବତନ୍ତ୍ର ବିମାନ ଚଳାଚଳ କରିବ । ଏଥିଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରାଥମିକ ପର୍ଯ୍ୟାୟରେ ୩ ମାସ ପାଇଁ ଆର୍ଥିକ ସହାୟତା ଯୋଗାଇ ଦିଆଯିବ । ଏହି ବିମାନ ଚଳାଚଳ ହେବା ଦ୍ବାରା ଓଡିଶାରେ ଉନ୍ନତ ଯୋଗାଯୋଗ ସହ ପର୍ଯ୍ୟଟନ ଏବଂ ଅର୍ଥନୈତିକ ଅଭିବୃଦ୍ଧି କ୍ଷେତ୍ରରେ ମହତ୍ବପୂର୍ଣ୍ଣ ସାବ୍ୟସ୍ତ ହେବ । ଏ ନେଇ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି ।

ଟ୍ବିଟ୍ ରେ ଉଲ୍ଲେଖ ରହିଛି ଯେ, ‘ଲୋକଙ୍କ ସୁବିଧା ପାଇଁ ଭୁବନେଶ୍ୱର-ପୁନେ ମଧ୍ୟରେ ଏୟାର ଏସିଆର ସ୍ବତନ୍ତ୍ର ବିମାନ ଚଳାଚଳ ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରାଥମିକ ପର୍ଯ୍ୟାୟରେ ୩ ମାସ ପାଇଁ ଆର୍ଥିକ ସହାୟତା ଯୋଗାଇ ଦିଆଯିବ। ଏହି ବିମାନ ସେବା ଓଡିଶାରେ ଉନ୍ନତ ଯୋଗାଯୋଗ ସହ ପର୍ଯ୍ୟଟନ ଏବଂ ଅର୍ଥନୈତିକ ଅଭିବୃଦ୍ଧି କ୍ଷେତ୍ରରେ ମହତ୍ବପୂର୍ଣ୍ଣ ସାବ୍ୟସ୍ତ ହେବ।’

 

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular