spot_img

ପାରାଦୀପ ଉପକୂଳରେ ୨ ଦିନିଆ ସମରାଭ୍ୟାସ

ପାରାଦୀପ: ପାରାଦୀପ ଉପକୂଳରେ ଆରମ୍ଭ ହୋଇଛି ସମରାଭ୍ୟାସ । ଦୁଇ ଦିନିଆ ମିଳିତ ସମରଭ୍ୟାସର ନାଁ ରହିଛି ‘ସି ଭିଜିଲ’ । ଏଥିରେ ଭାରତୀୟ ନୌସେନା, କୋଷ୍ଟଗାର୍ଡ଼ ସମେତ ୧୮ଟି ସାମୁଦ୍ରିକ ଥାନାର କର୍ମଚାରୀ ସାମିଲ ହୋଇଛନ୍ତି । ପ୍ରଥମ ଥର ପାଇଁ ଏହା ବିଶାଖାପଟନମ ଓ ଓଡ଼ିଶା ନାଭାଲ ଅଫିସର ଇନଚାର୍ଜ ପକ୍ଷରୁ ମିଳିତ ଭାବେ ଆୟୋଜିତ କରାଯାଇଛି । ଗତ ଡ଼ିସେମ୍ବର ୫ ଓ ୬ ତାରିଖରେ ୨ ଦିନ ଧରି ସାଗର କବଚ କାର୍ୟ୍ୟକ୍ରମ ଅନୁଷ୍ଠିତ ହେବା ପରେ ପୁଣି ଏକ ସମରଭ୍ୟାସ ପାରାଦୀପ ଉପକୂଳରେ କରାଯାଇଛି । ସମୁଦ୍ର ଉପକୂଳରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବା ପାଇଁ ଓ ସମସ୍ତ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା କରିବା ପାଇଁ ୧୬ଟି ବିଭାଗ ଦ୍ୱାରା ଏହି କାର୍ୟ୍ୟକ୍ରମ ଆୟୋଜିତ ହୋଇଛି । ଏଥିରେ ଜଳ ପଥରେ ଆତଙ୍କବାଦୀଙ୍କ ଅନୁପ୍ରବେଶକୁ ରୋକିବାର ମଧ୍ୟ ମକଡ୍ରିଲ କରାଯିବ । ରେଡ଼ ଟିମ ଓ ବ୍ଲୁ ଟିମ ଗଠନ କରାଯାଇ ଆତଙ୍କବାଦୀ ବେଶରେ ଗୋଟିଏ ଟିମ ସ୍ଥଳ ଭାଗରେ ପ୍ରବେଶ କରିବା ପାଇଁ ଚେଷ୍ଟା କରିବେ ଓ ଅନ୍ୟ ଟିମ ଏମାନଙ୍କୁ ଧରିବା ପାଇଁ ପ୍ରୟାସ କରିବେ ଏହି ସମରାଭ୍ୟାସରେ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular