ପୁରୀ: ପୁରୀ ପେଣ୍ଠକଟା ଅଞ୍ଚଳର ୪ଟି ୱାର୍ଡରୁ ୪୦ରୁ ଅଧିକ କରୋନା ପଜିଟିଭ ଚିହ୍ନଟ ହେବା ପରେ ସଂପୃକ୍ତ ଅଂଚଳକୁ ଗତକାଲି ରାତି ୯ଟାରୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି । ୱାର୍ଡ ନମ୍ବର ୨୫,୨୬,୩୧ ଓ ୩୨କୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି। ଅଗଷ୍ଟ ୩ତାରିଖ ସକାଳ ୫ଟା ଯାଏଁ କଣ୍ଟେନମେଣ୍ଟ କଟକଣା ବଳବତ୍ତର ରହିବ ।
କଟକଣା ସମୟରେ ପୁଲିସ ପକ୍ଷରୁ ପାଟ୍ରୋଲିଂ ରହିବ । ଅତି ଜରୁରୀ ନଥିଲେ ଘରୁ ନବାହାରିବା ପାଇଁ ଜିଲ୍ଲାପାଳ ଭିଡିଓ ବାର୍ତ୍ତା ଜରିଆରେ ଅପିଲ କରିଛନ୍ତି। ଡ୍ରୋନ ଜରିଆରେ ପୁରା ଅଂଚଳ ଉପରେ ନଜର ରଖାଯିବ। କେହି ନିୟମ ଉଲ୍ଲଘଂନ କରି ବାହାରେ ବୁଲିଲେ ତାଙ୍କ ବିରୋଧରେ ଦୃଢ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ। କୋଭିଡ କେୟାର ମନିଟରଙ୍କ ଜରିଆରେ ଅତ୍ୟାବଶକୀୟ ସାମଗ୍ରୀ ଲୋକଙ୍କୁ ମିଳିବ। ବିନା ମାସ୍କରେ କେହି ଘରୁ ନବାହାରିବା ପାଇଁ ଜିଲ୍ଲାପାଳ ଅନୁରୋଧ କରିଛନ୍ତି ।



Visitors Today : 1
Total Visitors : 130424
Total Views : 9891955
Visitors Online Now : 0