ବଲାଙ୍ଗୀର: ବଲାଙ୍ଗୀର କଚେରି ଛକ ନିକଟରେ ଏକ ଅଭାବନୀୟ ଘଟଣା ଘଟିଛି। ଟ୍ରକ୍ ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ବୃଦ୍ଧ ଦମ୍ପତ୍ତି ଉପରେ ମାଡିଯାଇଛି ଦ୍ରୁତଗାମୀ ଟ୍ରକ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଥିବା ଜଣାପଡିଛି ।
ସୂଚନାଯୋଗ୍ୟ ଯେ, ବୃଦ୍ଧ ଦମ୍ପତ୍ତି ମେଡିକାଲକୁ ଆସିଥିଲେ , କିନ୍ତୁ କିଏ ଜଣିଥିଲା ଅଧାବାଟରେ ଚାଲିଯିବ ଜୀବନ । ବଲାଙ୍ଗୀର କଚେରି ଛକ ନିକଟରେ ବୃଦ୍ଧ ଦମ୍ପତ୍ତି ଉପରେ ମାଡିଯାଇଛି ଦ୍ରୁତଗାମୀ ଟ୍ରକ । ଦୁର୍ଘଟଣାରେ ସ୍ୱାମୀ ଅଳ୍ପକେ ବର୍ତ୍ତିଯାଇଥିବା ବେଳେ ସ୍ତ୍ରୀଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଛି । ମୃତକ ଜଣକ ହେଲେ ଚନ୍ଦନଭାଟି ଗାଁର ରଜନୀ ସାହୁ। ତେବେ ଘଟଣା ପରେ ଟ୍ରକ ଫେରାର ମାରୁଥିବା ବେଳେ କାବୁ କରଛନ୍ତି ପୋଲିସ । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି । ସେହିପରି ଆହତଙ୍କ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।



Visitors Today : 0
Total Visitors : 130303
Total Views : 9891806
Visitors Online Now : 0