କେନ୍ଦୁଝର: ପାଟଣା ବ୍ଲକ ସଭାଗୃହ ଠାରେ ଭୀମକୁଣ୍ଡ ଉନ୍ନୟନ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି ଏହି ପ୍ରସ୍ତୁତି ବୈଠକରେ ପାଟଣା ବିଧାୟକ ଜଗନ୍ନାଥ ନାୟକ ,କେନ୍ଦୁଝର ଉପଜିଲ୍ଲାପାଳ ରାମଚନ୍ଦ୍ର କିସ୍କୁ ,ପାଟଣା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଈଶ୍ବର ଚନ୍ଦ୍ର ନାୟକ, ଜିଲ୍ଲା ପର୍ୟ୍ୟଟନ ଅଧିକାରୀ ରମେଶ ନାୟକ, ପାଟଣା ତହସିଲଦାର ଶିବପ୍ରସାଦ ମୁର୍ମୁ ,ପାଟଣା ବ୍ଲକ ଅଧ୍ୟକ୍ଷ ବିଶ୍ବନାଥ ନାୟକ ଜିଲ୍ଲା ପରିଷଦ ସଦସ୍ୟ ସୁରେସ ଚନ୍ଦ୍ର ନାୟକ ଅଗ୍ନିସମ ଅଧିକାରୀ ମନରୋଞନ ମହାନ୍ତ,ଡୁମୁରିଆ ଗ୍ରାମ ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ ଯୋଗ ଦେଇ ଆଲୋଚନା କରିଥିଲେ। ଭୀମକୁଣ୍ଡ ଉନ୍ନୟନ ପରିଷଦର ସଦସ୍ୟ ଉପସ୍ଥିତ ଥିଲେ। ସରକାରଙ୍କ କୋଭିଡ ଆଇନ୍ ଅନୁଯାୟୀ ଚଳିତ ବର୍ଷ ହେବାକୁ ଥିବା ମକର ମେଳାକୁ ବାତିଲ୍ କରାଯିବା ସହିତ ଜାନୁଆରୀ ୩୧ ତାରିଖ ପର୍ୟ୍ୟନ୍ତ ଭୀମକୁଣ୍ଡ କୁ ଜନସାଧାରଣଙ୍କ ନିମନ୍ତେ ବନ୍ଦ କରାଯାଇଛି। ଏ ସମ୍ପର୍କରେ ଜନସାଧାରଣଙ୍କୁ ଅବଗତ କରାଇବା ପାଇଁ ଉପଜିଲ୍ଲାପାଳ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ କହିଛନ୍ତି।



Visitors Today : 1
Total Visitors : 130423
Total Views : 9891953
Visitors Online Now : 0