ଓ୍ଵାଶିଂଟନ୍: ଆମେରିକାର ସଂସଦ ଭବନ, କ୍ୟାପିଟାଲ ବିଲଡିଂରେ ହିଂସାକାଣ୍ଡ ଭିଆଇବାକୁ ନିଜ ସମର୍ଥକମାନଙ୍କୁ ଉସୁକାଇ ଥିବାରୁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ଆମେରିକାର ସଂସଦରେ ମହାଅଭିଯୋଗ ଆଗତ ହୋଇଛି। ରାଷ୍ଟ୍ରପତି ପଦରୁ ତୁରନ୍ତ ଡୋନାଲ୍ଡ ଟ୍ରମ୍ପଙ୍କୁ ହଟାଇବା ପାଇଁ ଡେମୋକ୍ରାଟିକ ଦଳ ପକ୍ଷରୁ ଏହି ମହାଅଭିଯୋଗ ପ୍ରସ୍ତାବକୁ ଆଗତ କରାଯାଇଛି। ଡେମୋକ୍ରାଟିକ ଦଳ ନିୟନ୍ତ୍ରଣରେ ଥିବା ପ୍ରତିନିଧି ସଭାରେ ଆଗତ ମହାଅଭିଯୋଗ ଉପରେ ଆସନ୍ତା ବୁଧବାର ଦିନ ଭୋଟ ଗ୍ରହଣ କରାଯାଇ ନିଷ୍ପତ୍ତି ନିଆଯିବ ବୋଲି ଜାଣିବାକୁ ମିଳିଛି। ଏହା ପୂର୍ବରୁ ସମ୍ବିଧାନର ୨୫ତମ ସଂଶୋଧନ ବଳରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଅଯୋଗ୍ୟ ଘୋଷଣା କରିବା ନିମନ୍ତେ ସଂସଦରେ ଏକ ପ୍ରସ୍ତାବ ଆଗତ ହୋଇଥିଲା। ଏହା ଉପରେ ତୁରନ୍ତ ଭୋଟ ଗ୍ରହଣ ପାଇଁ ମଧ୍ୟ ବାବି କରା ଯାଇଥିଲା। ହେଲେ, ରିପବ୍ଲିକାନ ଦଳ ପକ୍ଷରୁ ଏହାକୁ ଅଟକାଇ ଦିଆ ଯାଇଥିଲା। ଏହି ଘଟଣା ପରେ ଡେମୋକ୍ରାଟିକ ଦଳ ପକ୍ଷରୁ ରାଷ୍ଟ୍ରପତି ଟ୍ରମ୍ପଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଆଗତ କରାଯାଇଛି।



Visitors Today : 0
Total Visitors : 130422
Total Views : 9891952
Visitors Online Now : 0