ଭୁବନେଶ୍ୱର: ଭୁବନେଶ୍ୱରରେ ନକଲି ସାମଗ୍ରୀର କାରଖାନା। କିଛି ଦିନ ପୂର୍ବରୁ କଟକରେ ଗୋଟିଏ ପରେ ଗୋଟିଏ ଭେଜାଲ ନକଲି ସାମଗ୍ରୀ ଜବତ ହୋଇଥିଲା। ଆଉ ଆଜି ଭେଜାଲ ଘିଅ କାରଖାନା ଭୁବନେଶ୍ୱରରୁ ଠାବ କରିଛି ପୋଲିସ। ଏୟାରଫିଲ୍ଡ ଥାନା ଅନ୍ତର୍ଗତ ତ୍ରିଲୋଚନ ବିହାରରେ ଏୟାର ଫିଲ୍ଡ ଥାନା ପୋଲିସ ଓ କୁଇକ ଆକ୍ସନ ଟିମ ଚଢାଉ କରିଛି। ଚଢ଼ାଉ ସମୟରେ ବିପୁଳ ପରିମାଣରେ ଭେଜାଲ ଘିଅ ଜବତ କରିଛି ପୋଲିସ। ଫୁଡ ସେଫ୍ଟି ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ପରୀକ୍ଷା ପାଇଁ ନମୂନା ସଂଗ୍ରହ କରିଛି।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0