ନୂଆଦିଲ୍ଲୀ: ପୂର୍ବ ଲଦାଖରେ ଭାରତ-ଚାଇନା ସୀମା ବିବାଦ ଜାରି ରହିଛି। ଏହାରି ଭିତରେ ଭାରତୀୟ ସେନା ମୁଖ୍ୟ ଜେନେରାଲ ମନୋଜ ମୁକୁନ୍ଦ ନରୱଣେ ପ୍ରେସ କନଫରେନସ କରି ଦୁଇ ପଡ଼ୋଶୀ ବାବଦରେ କହିଛନ୍ତି। ସୀମାରେ ସ୍ଥିତି ଯାହା ରହୁ ନା କାହିଁକି ଭାରତୀୟ ଯବାନ ରହିଛନ୍ତି ଆଉ ରହିବେ ମଧ୍ୟ। ଏଥିସହ ପାକିସ୍ତାନ ଏବଂ ଚାଇନାକୁ ଚେତାବନୀ ଦେଇଛନ୍ତି ନରଓ୍ୱାଣେ। ସେ କହିଛନ୍ତି ଯେ ଚାଇନା ସହିତ ଭାରତର କମାଣ୍ଡର ସ୍ତରୀୟ ଆଲୋଚନା ୮ ଥର ହୋଇଛି। ନବମ ପର୍ୟ୍ୟାୟ ଆଲୋଚନାକୁ ଅପେକ୍ଷା କରୁଛୁ। ଖୁବଶୀଘ୍ର ସମାଧାନର ବାଟ ବାହାରିବ ବୋଲି ସେ ଆଶା କରିଛନ୍ତି। ନରୱଣେ କହିଛନ୍ତି ଲଦାଖରେ ସ୍ଥିତି ସୁଧୁରିନି। ଅର୍ଥାତ୍ ଦୁଇ ଦେଶର ସେନା ସୀମାରେ ମୁତ୍ତୟନ ଅଛନ୍ତି। ଶୀତ ହେଉ କି ଖରା ଦେଶର ଯବାନ ମୁକାବିଲା ପାଇଁ ପ୍ରସ୍ତୁତ। ବୁଝାମଣା ଜରିଆରେ ବାଟ ଖୋଜିବା ପାଇଁ ପ୍ରୟାସ ହେଉଛି। ଉଭୟ ଦେଶ ପରସ୍ପରର ସୁରକ୍ଷା ଏବଂ ନିରାପଦାକୁ ଆଗରେ ରଖି ସମାଧାନ କରିବେ। ସେହିପରି ପାକିସ୍ତାନ ବାବଦରେ ଜେନେରାଲ ନରୱାଣେ କହିଛନ୍ତି ଯେ ପାକିସ୍ତାନ ଆତଙ୍କବାଦକୁ ସରକାରୀ ନୀତି ଭାବରେ ବ୍ୟବହାର କରୁଛି। କୌଣସି ପରିସ୍ଥିତିର ସମ୍ମୁଖୀନ ହେବାକୁ ଆମେ ପ୍ରସ୍ତୁତ। ଶୀତରୁ ରକ୍ଷା ପାଇବା ପାଇଁ ଏବଂ ସେନାର ଆବଶ୍ୟକତା ପୂରଣ ପାଇଁ ଆମେ ଉନ୍ନତ ଉପକରଣ ଯୋଗାଇଛୁ। ଆମ ଯବାନଙ୍କ ମନୋବଳ ବହୁତ ଅଧିକ। ଚିନ୍ତା କରିବାର କିଛି ନାହିଁ।



Visitors Today : 1
Total Visitors : 130423
Total Views : 9891953
Visitors Online Now : 0