ବରଗଡ : ବରଗଡରେ ବ୍ୟବସାୟୀଙ୍କୁ ମାରଣାସ୍ତ୍ର ଦେଖାଇ ନଗଦ ଟଙ୍କା ଓ ସୁନା ଗହଣା ଲୁଟ୍ । ଏନେଇ ନେଇ ବରଗଡ଼ ଟାଉନ ଥାନାରେ ଅଭିଯୋଗ ହୋଇଛି । ସୂଚନାଯୋଗ୍ୟ ଯେ, ମଙ୍ଗଳବାର ପୂର୍ବାହ୍ନ ପ୍ରାୟ ୧୧ଟା ସମୟରେ ବରଗଡ଼ ପୌରାଞ୍ଚଳ ଅନ୍ତର୍ଗତ ସଂହରାପଡ଼ାରେ ରହୁଥିବା ବ୍ୟବସାୟୀ ଅଙ୍କିତ ରେଖାନୀଙ୍କ ଘରେ ତିନି ଜଣ ଦୁର୍ବୃତ୍ତ ଏକ ବାଇକରେ ପହଞ୍ଚି ଡକାୟତି କରିଥିଲେ । ଅଙ୍କିତଙ୍କ ସ୍ତ୍ରୀ ମାର୍କେଟିଂ ପାଇଁ ଘରୁ ବାହାରକୁ ଯାଇଥିବା ବେଳେ ଦୁର୍ବୃତ୍ତମାନେ ଘରେ ଏକୁଟିଆ ଥିବା ଅଙ୍କିତଙ୍କ ମା’ଙ୍କୁ ମାରଣାସ୍ତ୍ର ଦେଖାଇ ନଗଦ ଟଙ୍କା ଓ ସୁନାଗହଣା ଲୁଟି ନେଇଥିଲେ । ତେବେ ଲୁଟ୍ ସମ୍ପତ୍ତିର ପରିମାଣ ୨୦ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଅଙ୍କିତ ରେଖାନୀ କହିଛନ୍ତି ।ଏହି ଘଟଣାର ତଦନ୍ତ ଚାଲିଛି । ସମ୍ବଲପୁରରୁ ସାଇଣ୍ଟିଫିକ୍ ଟିମ୍ ଆସି ଫିଙ୍ଗରପ୍ରିଣ୍ଟ ନିଆଯିବ ଓ ଦୁର୍ବୃତ୍ତମାନେ ଖୁବ୍ ଶୀଘ୍ର ଧରାପଡିବେ ବୋଲି ବରଗଡ଼ ଏସପି ପଦ୍ମିନୀ ସାହୁ କହିଛନ୍ତି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0