ଚିଲିକା :ଗତକାଲି ବିଳମ୍ବିତ ରାତିରେ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ରେ ଥିବା ହିରୋ ଶୋରୁମ, ବଜାଯ ଶୋରୁମ ଏବଂ ଫର୍ଣ୍ଣିକମ ଫର୍ଣ୍ଣିଚର ଦୋକାନରୁ କଳାକନା ବୁଲାଇଛି ଚୋର l ଚୋର ବଜାଯ ଶୋରୁମ ଏବଂ ଫର୍ଣ୍ଣିଚର ଶୋରୁମ ରେ ପଶି ବ୍ୟାପକ କ୍ଷୟକ୍ଷତି କରିଥିଲେ ସୁଦ୍ଧା ସଫଳ ନହେବାରୁ ହିରୋ ଶୋରୁମ ପଛପଟ ଗ୍ରିଲ ଭାଙ୍ଗି ଭିତରେ ରେ ପଶି ଅତି ଜରୁରୀ କାଗଜପତ୍ର, ଆଲମାରୀ ଭାଙ୍ଗି 2 ଲକ୍ଷ ଟଙ୍କା ଏବଂ ସିସିଟିଭି ହାର୍ଡ ଡିସ୍କ ନେଇ ସେଠାରୁ ଚମ୍ପଟ ମାରିଛି l ଆଜି ସକାଳ 9 ଟାରେ ଶୋରୁମ ର ହାଉସ କିପିଂ ବଏ ନୀତେଶ ନାୟକ ଓରଫ କାହ୍ନା ପ୍ରତିଦିନ ଭଳି ମାଲିକ ଙ୍କ ଠାରୁ ଚାବି ଆଣି ଶଟର ଖୋଲିବାକୁ ଯାଇ ଦେଖେ ତ ସବୁ କାଗଜ ପତ୍ର ଏଣେତେଣେ ପଡିବା ସହିତ ଆଲମାରୀ ଭାଙ୍ଗିଥିବାର l ଏସବୁ ଦେଖିବା ପରେ ମାଲିକଙ୍କୁ ଜଣାଇଥିଲେ ଓ ମାଲିକ ପହଁଞ୍ଚି ଦେଖନ୍ତି ତ ତାଙ୍କ ଆଖପାଖ ଅନ୍ୟ 2 ଟି ଶୋରୁମ ମଧ୍ୟ ଭଙ୍ଗାଭାଙ୍ଗି ହୋଇଥିଲା l ଏ ନେଇ ହିରୋ ଶୋରୁମ ମାଲିକ କିଶୋର ପାତ୍ର ବାଲୁଗାଁ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ପହଁଞ୍ଚି ଘଟଣା ସ୍ଥଳରେ ଛାନବିନ ଆରମ୍ଭ କରିଛି



Visitors Today : 3
Total Visitors : 130169
Total Views : 9891615
Visitors Online Now : 0