spot_img

କେ. କାମରାଜ ଭୂମିକାରେ ପ୍ରଣବ ପ୍ରକାଶ …

ଭୁବନେଶ୍ୱର – ଭାରତୀୟ ରାଜନୀତିକୁ ଅଵଲୋକନ କଲେ କେନ୍ଦ୍ର ଓ ରାଜ୍ୟରେ ଖୁବ କମ ସମୟ ସମାନ ସରକାର ନହେଲେ ସର୍ବାଧିକ ସମୟ ବିପରୀତ ମୁଖି |ସେହି ଧାରା ଏପର୍ଯ୍ୟନ୍ତ ଲାଗି ରହିଛି | ଭାରତୀୟ ରାଜନୀତିର ପୃଷ୍ଠା ଲେଉଟାଇଲେ ଯେଉଁ କେତେଜଣ ବାରମ୍ବାର ଜନସାଧାରଣଙ୍କର ଆସ୍ଥା ଓ ବିଶ୍ୱାସ କୁ ଜିତିଛନ୍ତି | ପଞ୍ଚମ ଥର କ୍ଷମତାସୀନ ହୋଇ ଶାସନ କଳ ଚଳାଇଛନ୍ତି , ସେମାନଙ୍କ ଭିତରେ ପଶ୍ଚିମବଙ୍ଗର ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ମାକ୍ସବାଦୀ) ରୁ ମୁଖ୍ୟମନ୍ତ୍ରୀ ହୋଇଥିବା ଜ୍ୟୋତି ବସୁ , ସିକିମ ର ସିକିମ ଡେମୋକ୍ରେଟିକ ଫ୍ରଣ୍ଟ ରୁ ମୁଖ୍ୟମନ୍ତ୍ରୀ ହୋଇଥିବା ପବନ କୁମାର ଚାମଲିଙ୍ଗ ଏବଂ ଓଡ଼ିଶାରେ ଦୀର୍ଘ କୋଡିଏ ବର୍ଷ ଶାସନ ଭାର ସମ୍ଭାଳିଥିବା ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକ | ରାଜନୀତିରେ ରୁଚି ରଖୁଥିବା ସଚେତନ ନାଗରିକମାନେ ଏକଥା ନିଶ୍ଚିତ ସ୍ୱୀକାର କରିବେ ଯେ ଓଡ଼ିଶାର ନଵୀନ ବାବୁ ଙ୍କର ବିକଳ୍ପ ଏଯାଏ ସୃଷ୍ଟି ହୋଇ ନାହାନ୍ତି , କିମ୍ବା ଅନ୍ୟ ଅର୍ଥରେ ଏଭଳି ହୋଇପାରେ ଅନ୍ୟ ରାଜନୈତିକ ଦଳକୁ ଓଡ଼ିଶାବାସୀ ସୁଯୋଗ ଦେଉ ନାହାନ୍ତି | ଦୁଇ ଦଶନ୍ଧି ଧରି ଓଡ଼ିଶାରେ ବିଜେଡି ର ଏକରକମ ରାଜ ଚାଲିଛି କହିଲେ କିଛି ଭୁଲ ହେବନି | ସବୁ କିଛି ର ମାଲିକ ଥିଲେ ନବୀନ ବାବୁ ,ଦଳୀୟ ନୀତି ନିର୍ଦ୍ଧାରଣ ହେଉ ଅବା ସାଙ୍ଗଠନିକ କାର୍ଯ୍ୟ ଏକ ନିୟମ ଏକ ନିଷ୍ପତି ୱାନ ମେନ ଆର୍ମି ନବୀନ ପଟ୍ଟନାୟକ | କିନ୍ତୁ ଉଣେଇସି ନିର୍ବାଚନ ପରେ ପରେ ଧୀରେ ଧୀରେ ପାଣିପାଗ ବଦଳିବାକୁ ଲାଗିଲା |ବିଜୁ ଜନତା ଦଳରେ ଏକ ନୂଆ ପଦବୀ ଗଠନ କରାଗଲା ଯାହାର ନାମ ”ସଂଗଠନ ସମ୍ପାଦକ”ଏହି ପଦରେ ଅସୀନ ହେଲେ ଯାଜପୁରର ମାଟିର ଲଢୁଆ ,ଟାଣୁଆ ନେତା ତଥା ବିଜୁ ବାବୁଙ୍କ ସହଯୋଗୀ ସ୍ବର୍ଗତ ଅଶୋକ ଦାସଙ୍କ ସୁପୁତ୍ର ବର୍ତମାନର ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାଶ (ବବି ବାବୁ)| ସାରା ରାଜ୍ୟରେ ଏବେ ଗୋଟିଏ ଚର୍ଚ୍ଚା ,ପ୍ରିୟ ବବି ବାବୁ ଆଗାମୀ ନେତା” |ଅର୍ଥାତ ଦ୍ୱିତୀୟ କ୍ଷମତା କେନ୍ଦ୍ରର ଉତ୍ପତ୍ତି ବୋଲି ଆମେ କହିପାରିବା |ଏହାର ଜ୍ୱଳନ୍ତ ପ୍ରମାଣ ହେଉଛି କେନ୍ଦୁଝର ରୁ କେନ୍ଦ୍ରାପଡା ,ମୟୁରଭଞ୍ଜ ରୁ ମାଲକାନଗିରି ଏବଂ ଭୁବନେଶ୍ୱର ରୁ ସମ୍ବଲପୁର ସବୁଠି ନବ ବର୍ଷ ଶୁଭେଚ୍ଛା ବାର୍ତ୍ତାରେ ବାମ ପାର୍ଶ୍ୱରେ ରହୁଛନ୍ତି ବବି ବାବୁ |ଏବଂ ଭୁବନେଶ୍ୱର ର ରସୁଲଗଡ ଓ ଲିଙ୍ଗରାଜ ମନ୍ଦିର ନିକଟରେ ଲାଗିଥିବା ଲମ୍ବା ତୋରଣ |ଯେଉଁଠି ମୁଖ୍ୟମନ୍ତ୍ରୀ ଙ୍କ ଠାରୁ ପ୍ରଣବ ବାବୁଙ୍କ ଫୋଟୋ ବଡ ହୋଇ ଲାଗିଛି | ସାଧାରଣରେ ଚର୍ଚ୍ଚା ହେଲାଣି ୧୯୬୩ ର କଂଗ୍ରେସ କାମରାଜ ଯୋଜନା ର ମୁଖ୍ୟ ଭୂମିକା ନିଭାଉଛନ୍ତି ପ୍ରଣବ ପ୍ରକାଶ ଦାସ |୧୯୬୩ ରେ ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀ କାମରାଜ କଂଗ୍ରେସ କୁ ମଜଭୁତ କରିବା ପାଇଁ ବଡ ବଡ ନେତାଙ୍କୁ ପଦବୀ ଛାଡିବା ପାଇଁ ଅହ୍ୱାନ ଦେଇ ଥିଲେ | ତାଙ୍କ ଡ଼ାକରାରେ ଲାଲ ବହାଦୁର ଶାସ୍ତ୍ରୀ ,ଜଗତଜୀବନ ରାମ ଓ ମୋରାରିଜୀ ଦେଶାଇ ପ୍ରମୁଖ କେନ୍ଦ୍ରମନ୍ତ୍ରୀ ଏବଂ ନିଜେ କୁମାରସ୍ୱାମୀ କାମରାଜ ,ସଦାଶିବ କାନୋଜୀ ପାଟିଲ ଓ ବିଜୁ ପଟ୍ଟନାୟକ ଙ୍କ ପରି ଛଅ ଜଣ ମୁଖ୍ୟମନ୍ତ୍ରୀ ନିଜ ନିଜ ପଦରୁ ଇସ୍ତାଫା ଦେଇଥିଲେ ଓ ଦଳୀୟ ସଂଗଠନକୁ ସୁଦୃଢ କରିବା ପାଇଁ ଲାଗିପଡ଼ିଥିଲେ | ଏବେ ବିଜୁ ଜନତା ଦଳରେ ସେଇ ସମାନ ଭୂମିକାଟି ବବି ବାବୁ ନେଇଛନ୍ତି ବୋଲି ତାଙ୍କ ଦଳ ସହ ବିରୋଧୀ ମାନେ ମଧ୍ୟ କହିବାକୁ ଲାଗିଲେଣି | ଏବେ ବାବିବାବୁ ସାରା ଓଡିଶା ବୁଲି ସଂଗଠନ ସଜାଡୁଛନ୍ତି |ଯେଉଁଠାରେ ଦଳ ଦୁର୍ବଳ ଅଛି ବା ବିବାଦ ଦେଖାଦେଉଛି ସେଠାରେ ତତକ୍ଷଣାତ ପହଂଚି ଯାଉଛନ୍ତି ବବି ବାବୁ |ରାଜନୀତି ସମୀକ୍ଷକ ମାନେ କହିବା ଆରମ୍ଭକଲେଣି ବିଜେଡିର ସଙ୍କଟ ମୋଚକ ପ୍ରଣବ ପ୍ରକାଶ ଦାସ |ଏସବୁ ଯେ କୌଣସି ଲକ୍ଷ ନନେଇ ହେଉଥିବ ତାହା କହିବା ଭୁଲ ହେବ , ଆଗାମୀ ୨୦୨୪  ହିଁ ଏହାର ସନ୍ଦେହ ଦୂର କରିବ |ଏବଂ ଓଡିଶା ବାସୀ ପ୍ରଣବ ପ୍ରକାଶ ଦାଶଙ୍କୁ ନୂଆ ରୂପରେ ଦେଖିବାର ସମ୍ଭାବନା କୁ ଏଡାଇ ଦେଇ ପାରିବେ ନାହିଁ | ହୁଏତ ଯାହା କୋଡିଏ ବର୍ଷରେ ନଥିଲା ସଂଗଠନ ସମ୍ପାଦକ ଭଳି ,ଉପମୁଖ୍ୟମନ୍ତ୍ରୀ ପଦଟିଏ ସୃଷ୍ଟି କରି ପାରନ୍ତି ନବୀନ ବାବୁ |ଯାହାର ହକଦାର ହୋଇପାରନ୍ତି ବବି ବାବୁ |ଏହା କ୍ଷମତାର ଵିକେନ୍ଦ୍ରି କରଣକୁ ସୂଚାଉ ନାହିଁ ତ ? ଆଗାମୀ ଦିନରେ ଯୁବ ନେତୃତ୍ୱଙ୍କ ହାତକୁ ଯାଉଛି କି ବିଜୁ ଜନତା ଦଳ ? ନା ଆଉ କିଛି ?ଏ ବିଚାର ଆମର ପ୍ରିୟ ପାଠକ /ଦର୍ଶକ ମାନଙ୍କ ଉପରେ ଛାଡିଲୁ ……

LEAVE A REPLY

Please enter your comment!
Please enter your name here

- Advertisment -

Most Popular