spot_img

ଫର୍ଜି କମ୍ପାନୀ କରି କୋଟି କୋଟି ଟଙ୍କା ଠକେଇ

ନୋଏଡା: ଉତ୍ତରପ୍ରଦେଶର ନୋଏଡାରେ ନକଲି କମ୍ପାନୀ କରି କୋଟି କୋଟି ଟଙ୍କା ଠକେଇ କରୁଥିବା ଗ୍ୟାଙ୍ଗର ପର୍ଦ୍ଦାଫାସ୍ କରିଛି ପୋଲିସ । ଏହି ଗ୍ୟାଙ୍ଗର ଦୁଇ ମୁଖ୍ୟ ଅଭିଯୁକ୍ତ ଓମ ପ୍ରକାଶ ଜାଗିଡ ଓ ମୋହିତ ଗୋୟଲଙ୍କ ନୋଏଡା ସେକ୍ଟର-୫୦ରୁ ଗିରଫ କରିଛି ଥାନା ସେକ୍ଟର ୫୮ ପୋଲିସ । ଅଭିଯୁକ୍ତ ମୋହିତ ୨୦୧୫ ମସିହାରେ ରିଙ୍ଗିଗ ବେଲ ନାମକ କମ୍ପାନୀ ବନାଇ ୨୫୧ ଟଙ୍କାରେ ଆଣ୍ଡ୍ରୋଏଡ ଫୋନ ଦେବାକୁ କହି ଅରବ ଟଙ୍କା ଲୁଟି ନେଇଥିଲେ । ଏବେ ଏହି ଲୋକ ଡ୍ରାଇ ଫ୍ରୁଟ୍ସ ନାମରେ ୧୦୦ କୋଟିରୁ ଅଧିକ ଠକେଇ କରିଛନ୍ତି । ହେଲେ ଏହି ମାମଲାରେ ସମ୍ପୃକ୍ତ ଅନ୍ୟମାନେ ଫେରାର ଥିବା ପୋଲିସ ସୁତ୍ରରୁ ପ୍ରକାଶ । ଏସମ୍ପର୍କରେ ଆଡିସନାଲ ପୋଲିସ କମିଶନର ଲବ କୁମାର ସୂଚନା ଦେଇ କହିଛନ୍ତି ଯେ ଅଭିଯୁକ୍ତ ମାନେ ସେକ୍ଟର-୬୨ ସ୍ଥିତ କାରେଥମ ଟାୱାରରେ ‘ଦୁବାଇ ଡ୍ରାଇ ଫ୍ରୁଟ୍ସ ଆଣ୍ଡ ହବ’ ନାମରେ ଏକ ଫର୍ଜି କମ୍ପାନୀ ଖୋଲିଥିଲେ । ଆଉ ଏହି କମ୍ପାନୀର ଏମଡି ଓମ ପ୍ରକାଶ ଜାଗିଡ ହୋଇଥିଲା ବେଳେ ମୋହିତ ଏହାର ପ୍ରମୋଟର ଥିଲେ । ଏମାନେ ଦେଶର ବିଭିନ୍ନ ଫାର୍ମରୁ ଡ୍ରାଇ ଫ୍ରୁଟ୍ସ , ଡାଲି, ତେଲ ଓ ମସଲା ଆଦି କିଣୁଥିଲେ । ଆଉ ଆଡଭାନ୍ସ ଭାବେ କିଛି ଟଙ୍କା ଦେଇ ଫାର୍ମ ସଞ୍ଚାଳକଙ୍କ ମନରେ ବିଶ୍ୱାସ ଜନ୍ମାଉଥିଲେ । ପରେ ସେମାନଙ୍କ ଠାରୁ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଉଠାଉଥିଲେ କିନ୍ତୁ ପେମେଣ୍ଟ କରୁନଥିଲେ । ତେବେ ପଚରାଉଚରା ବେଳେ ମୋହିତ କହିଛି ଯେ ସେମାନେ ହୋଲସେଲ ବେପାରୀଙ୍କ ଠାରୁ ବଜାର ମୂଲ୍ୟରୁ ଅଧିକ ଦାମରେ ବିଭିନ୍ନ ସାମଗ୍ରୀ କିଣୁଥିଲେ । ପ୍ରତି ବଦଳରେ ସେମାନଙ୍କୁ ୪୦ ପ୍ରତିଶତ ଅର୍ଥ ଦେଉଥିବା ବେଳେ ବଳକା ଟଙ୍କା ପାଇଁ ଚେକ ଦେଉଥିଲେ । ହେଲେ ପରେ ପେମେଣ୍ଡକୁ ଷ୍ଟପ କରାଇ ଦେଉଥିଲେ । ପରବର୍ତ୍ତୀ ସମୟରେ ଦିଲ୍ଲୀ, ଗାଜିଆବାଦ, ଗୁଡଗାଁଓର ବିଭିନ୍ନ ମଣ୍ଡିରେ ତଥା ରିଟେଲର ବେପାରୀଙ୍କୁ ଶସ୍ତା ଦାମରେ ସାମଗ୍ରୀ ଗୁଡିକୁ ବିକ୍ରି କରୁଥିଲେ । ଆଉ ସେହି ଟଙ୍କାକୁ ପରସ୍ପର ମଧ୍ୟରେ ବାଣ୍ଟି ଦେଉଥିଲେ ।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular