ଭଦ୍ରକ : ଜଣେ ମୂକ ଯୁବକଙ୍କ ମୃତ୍ୟୁକୁ ନେଇ ତୁମୁଳ କାଣ୍ଡ ଘଟିଛି। ଉତ୍ତ୍ୟକ୍ତ ଲୋକେ ପୁଲିସକୁ ମାଡ଼ ମାରିଥିବା ବେଳେ ଗାଡି ଜାଳି ଦେଇଥିବା ଅଭିଯୋଗ ହୋଇଛି। ଆଜି ଏପରି ଘଟଣା ଭଦ୍ରକ ଜିଲ୍ଲାରେ ଘଟିଛି।
ଅଭିଯୋଗରୁ ପ୍ରକାଶ, ତିହିଡ଼ି ଥାନା ହାତୁଆରି ଗାଁର ବାପି ମହାଳିକ ଜଣେ ଭିନ୍ନକ୍ଷମ ଯୁବକ। ସେ କଥା ହୋଇପାରନ୍ତି ନାହିଁ। ଆଜି ସେ ତାଙ୍କ ଭଉଣୀ ଘରକୁ ଯାଉଥିଲେ। କୋଇଲା ଚୋରି ଅଭିଯୋଗରେ ତିହିଡ଼ି ଥାନା ପୁଲିସ ତାଙ୍କୁ ଆଜି ଗୋଡ଼ାଇ ଥିଲା। ଭୟଭୀତ ଅବସ୍ଥାରେ ପଳାଇ ଯାଉଥିବା ବେଳେ ବାପି ଅଲ୍ଲିନଗର ଛକରେ ଥିବା ପୋଖରୀରେ ପଡ଼ି ଯାଇଥିଲେ। ପୁଲିସ ତାଙ୍କୁ ପୋଖରୀରୁ ଉଦ୍ଧାର କରିବା ପରିବର୍ତ୍ତେ ପଳାଇ ଯାଇଥିଲା। ଏ ସମ୍ପର୍କରେ ଖବର ପାଇ ପରିବାର ଲୋକେ ପୋଖରୀରେ ଖୋଜାଖୋଜି କରିଥିଲେ। ପରେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଅଗ୍ନିଶମ କର୍ମଚାରୀମାନେ ପୋଖରୀରୁ ବାପିଙ୍କ ମୃତଦେହ ଉଦ୍ଧାର କରିଥିଲେ।
ପୁଲିସର ଏପରି କାର୍ଯ୍ୟକଳାପକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି। ଉତ୍ତ୍ୟକ୍ତ ଲୋକେ ପୁଲିସ ଗାଡ଼ିରେ ନିଆଁ ଲଗାଇ ଦେଇ ଭଦ୍ରକ-ଚାନ୍ଦବାଲି ରାସ୍ତାରେ ମୃତଦେହ ରଖି ଧାରଣାରେ ବସିଛନ୍ତି। ଅଭିଯୁକ୍ତ ପୁଲିସ କର୍ମଚାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଉତ୍ତ୍ୟକ୍ତ ଲୋକେ ଦାବି କରିଛନ୍ତି।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0