ନୂଆଦିଲ୍ଲୀ: ରେକର୍ଡ ସ୍ତରରେ ଶେୟାର ବଜାର । ଚଳିତ ସପ୍ତାହର ତୃତୀୟ ଦିନରେ ସମସ୍ତ ରେକର୍ଡ ଭାଙ୍ଗିଛି ଶେୟାର ବଜାର । ବୁଧବାର ସକାଳେ କାରବାର ଆରମ୍ଭ ହେବା ମାତ୍ର ମାର୍କେଟ ଉଦ୍ଧ୍ୱମୁଖୀ ହୋଇଛି । ବମ୍ବେ ଷ୍ଟକ ଏକ୍ସଚେଞ୍ଚର ପ୍ରମୁଖ ସୂଚକାଙ୍କ ସେନସେକ୍ସ ୫୦ ହଜାର ଅଙ୍କ ନିକଟତର ହୋଇଛି । ଆଜି କାରବାର ଅରମ୍ଭରୁ ସେନସେକ୍ସ ୨୧୬.୨୮ ଅଙ୍କ ବୃଦ୍ଧି ପାଇ ୪୯,୭୩୩,୩୯ ସ୍ତରରେ ପହଂଚିଥିବା ବେଳେ ନିଫ୍ଟ ୬୭ ଅଙ୍କ ବୃଦ୍ଧି ପାଇ ୧୪,୬୩୦, ୫୦ ସ୍ତରରେ ଖୋଲିଥିଲା ବିଦେଶୀ କମ୍ପାନୀ ମାନଙ୍କର ନିବେଶକ ମାନଙ୍କ ପୁଞ୍ଜି ବିନିଯୋଗ ଓ ଅନୁକୂଳ ସ୍ଥିତି ଯୋଗୁ ବଜାରର ଅଭିବୃଦ୍ଧି ଦେଖିବାକୁ ମିଳିଛି ବୋଲି ଅର୍ଥନୀତିଞ୍ଜ ମାନେ ମତ ଦେଇଛନ୍ତି ।
ଆଜି କାରବାର ଆରମ୍ଭ ହେବା ମାତ୍ରେ ୧୧୦୬ ଟି ଶେୟାରରେ ଅଭିବୃଦ୍ଧି ଘଟିଥବା ବେଳେ ୩୩୬ ଟି ଶେୟାର ନିମ୍ନମୂଖୀ ହୋଇଥିଲା ଏହାସହ ୫୮ ଟି ଶେୟରରେ କୌଣସି ପରବର୍ତ୍ତନ ହୋଇ ନଥିଲା । ଅନ୍ୟପଟେ କରୋନା ଟିକାକୁ ନେଇ ଲଗାତର ସକାରାତ୍ମକ ଖବର ମଧ୍ୟରେ ବିଶ୍ୱ ବଜାରରେ ମଧ୍ୟ ଅଭିବୃଦ୍ଧି ଘଟିଛି ।
ପୂର୍ବ ସପ୍ତାହରେ ସେନସେକ୍ସ ୯୧୩.୫୩ ଅଙ୍କ ଅର୍ଥାତ ୧.୯୦ ପ୍ରତିଶତ ବୃଦ୍ଧି ପାଇଥିଲା । ସେହିଭଳି ନିଫ୍ଟ ମଧ୍ୟ ୩୨୮.୭୫ ଅଙ୍କ ଅର୍ଥାତ୍ ୨.୩୪ ପ୍ରତିଶତ ବୃଦ୍ଧି ଘଟିଥିଲା ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0