ନୟାଗଡ଼ : ପରୀ ହତ୍ୟା ମାମଲାରେ ଗିରଫ ହୋଇଥିବା ନାବାଳକ ଅଭିଯୁକ୍ତକୁ ଏସଆଇଟି ମାଡ଼ ମାରିଛି। ଅଭିଯୁକ୍ତକୁ ଏସଆଇଟି ରିମାଣ୍ଡରେ ନେଇଥିବାବେଳେ ଏଭଳି ନିର୍ୟାତନା ଦେଇଥିବା ଅଭିଯୋଗ ଆସିଛି। ଅଭିଯୁକ୍ତଙ୍କ ଆଇନଜୀବୀ ଚନ୍ଦ୍ରବିଜୟୀ ମିଶ୍ର ଏ ନେଇ ଜୁଭେନାଇଲ ଜଷ୍ଟିସ ବୋର୍ଡରେ ପିଟିସନ ଦାଖଲ କରିଛନ୍ତି। ଯାହାର ଶୁଣାଣି ଆସନ୍ତା ୨୦ ତାରିଖରେ କରାଯିବ ବୋଲି ଶ୍ରୀ ମିଶ୍ର ସୂଚନା ଦେଇଛନ୍ତି। ରିମାଣ୍ଡରେ ଥିବାବେଳେ ଅଭିଯୁକ୍ତକୁ ମାଡ଼ ମରାଯାଇ ଅନେକ କଥା ତା’ଠାରୁ ଜବରଦସ୍ତ ସ୍ବୀକାର କରାଯାଇଥିବା, ଦସ୍ତଖତ ନିଆଯାଇଥିବା ଶ୍ରୀ ମିଶ୍ର କହିଛନ୍ତି। ଏସବୁ ଜିନିଷକୁ ଖାରଜ କରିବାକୁ ଅଭିଯୁକ୍ତଙ୍କ ଓକିଲ ଆବେଦନ କରିଛନ୍ତି। ପକ୍ସୋ କୋର୍ଟରେ ବିଚାର ଚାଲିଥିବା ବେଳେ ଅଭିଯୁକ୍ତ ଏଭଳି ଅଭିଯୋଗ ଜଜଙ୍କ ସମ୍ମୁଖରେ ମଧ୍ୟ ରଖିଥିଲା।



Visitors Today : 1
Total Visitors : 130301
Total Views : 9891804
Visitors Online Now : 0